ଶାରୀରିକ ସଂପର୍କ ରଖି ଠକିଦେଲା ପ୍ରେମିକ

ଭୁବନେଶ୍ଵର : ପ୍ରେମରୁ ବିବାହ ପ୍ରତିଶ୍ରୁତି। ତା’ପରେ ଶାରୀରିକ ସଂପର୍କ। ଏସବୁ ପରେ ପ୍ରତାରଣାର ଶିକାର ହୋଇଛନ୍ତି ଅନୁଗୁଳ ଅଞ୍ଚଳର ଜଣେ ଯୁବତୀ। କେବଳ ପ୍ରେମିକ ଠକି ଦେଇନି। ତାଙ୍କ ପରିବାର ଲୋକେ ଘରୁ ଧକ୍କା ମାରି ବିଦା କରି ଦେଇଛନ୍ତି। ଏପରି ନିର୍ଯାତିତ ହୋଇ ଫେରୁଥିବା ବେଳେ ସ୍ଥାନୀୟ ଲୋକମାନେ ଯୁବତୀଙ୍କୁ ଉଦ୍ଧାର କରିଥିବା ଜଣାପଡିଛି।

ଅଭିଯୋଗ ଅନୁଯାୟୀ ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଳକ କରଞ୍ଜାବନ୍ଧାର ଅନନ୍ତ ଦାସ ଅନୁଗୁଳର ଏକ ହୋଟେଲରେ କାମ କରୁଥିଲେ। ଏହି ସମୟରେ ସେଠାରେ କାର୍ଯ୍ୟରତ ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସଂପର୍କ ଗଢିଉଠିଥିଲା। ପରେ ବିବାହର ପ୍ରତିଶ୍ରୁତି ଦେଇ ଯୁବକ ଜଣଙ୍କ ଯୁବତୀଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ। ଏମିତିକି ଉଭୟ ଦୀର୍ଘ ଦିନ ଧରି ଗୋଟିଏ ଘରେ ରହିଥିଲେ। ପରେ ଅନନ୍ତ ତାଙ୍କୁ ବିବାହ କରିବାକୁ ମନା କରିବାରୁ ଯୁବତୀ ଜଣକ ବାହାନଗା ଆସି ଅନନ୍ତଙ୍କ ଘର ଲୋକଙ୍କୁ ଜଣାଇଥିଲେ। କିନ୍ତୁ ଅନନ୍ତଙ୍କ ପରିବାର ଲୋକେ ତାଙ୍କୁ ଧକ୍କା ମାରି ବିଦା କରି ଦେଇଥିଲେ। ତେବେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।