ଶାଶୂ ଓ ବୋହୂଙ୍କ ସେକ୍ସ ରାକେଟର ପର୍ଦ୍ଦାଫାଶ

ନୂଆଦିଲ୍ଲୀ : ଲକ୍ଷ୍ନୌ ସହରର ସିଭିଲ୍ ଲାଇନ୍ ଥାନା ଅନ୍ତର୍ଗତ ଆଦର୍ଶ କଲୋନୀରେ ଶାଶୂ ଓ ବୋହୂ ଚଳାଇଥିଲେ ସେକ୍ସ ରାକେଟ। ନାବାଳିକାମାନଙ୍କୁ ଦେହ ବ୍ୟବସାୟରେ ଜୋରଜବରଦସ୍ତ ନିଯୋଜିତ କରୁଥିଲେ। ଦିଲ୍ଲୀଠାରୁ ଆରମ୍ଭ କରି ଆଗ୍ରା, ଅଲିଗଡ଼ ଓ ଲକ୍ଷ୍ନୌ ପର୍ଯ୍ୟନ୍ତ ଝିଅଙ୍କୁ ପଠାଉଥିଲା। କମ୍ ବୟସର ଝିଅଙ୍କୁ ଶୀଘ୍ର ତରୁଣୀ କରିବା ପାଇଁ ଦିଆଯାଉଥିଲା ବିଭିନ୍ନ ପ୍ରକାର ଔଷଧ ଓ ଇଞ୍ଜେକ୍ସନ। ଏଭଳି କରନାମର ପୋଲିସ ପର୍ଦାଫାସ କରିଛି।

ଆଗ୍ରାର ଜଣେ ନାବାଳିକାଙ୍କୁ ବନ୍ଧକ ରଖି ଦେହ ବ୍ୟବସାୟରେ ଲଗାଯାଇଥିବା ଖବର ମୁମ୍ବାଇର ଫ୍ରିଡମ୍ ଫର୍ମ ନାମକ ସ୍ୱେଚ୍ଛାସେବୀ ସଂଗଠନ ସୂଚନା ପାଇ ସିଭିଲ୍ ଲାଇନ୍ସ ଥାନାକୁ ଜଣାଇବା ପରେ ପୋଲିସ ଚଢଉ କରି ନାବଳିକାଙ୍କୁ ଉଦ୍ଧାର କରିଛି। ଘଟଣାସ୍ଥଳରୁ ଗିରଫ ହୋଇଛନ୍ତି ୩ଜଣ ଯୁବକ। କିନ୍ତୁ ରାକେଟର ମୁଖ୍ୟ ଶାଶୁ-ବୋହୂ ଫେରାର ହୋଇଯାଇଛନ୍ତି।

ପୋଲିସର କହିବାନୁଯାୟୀ ସ୍ୱେଚ୍ଛାସେବୀ ସଂସ୍ଥାଠାରୁ ସୂଚନା ପାଇବା ପରେ ସିଭିଲ୍ ଲାଇନ୍‌ ଥାନା ଅଧିକାରୀ ମହିଳା ପୋଲିସ ସହ ଆଦର୍ଶ କଲୋନୀର ସଂପୃକ୍ତ ଘର ଉପରେ ଚଢଉ କରିଥିଲେ। ଏହି ଘରେ ୧୬ବର୍ଷ ବୟସ୍କା ବହୁ ଯୁବତୀଙ୍କୁ ରଖାଯାଇଥିଲା। ପୋଲିସ୍ ସମସ୍ତଙ୍କୁ ଉଦ୍ଧାର କରିଛି। ଦେହ ବ୍ୟବସାୟ ଚଳାଉଥିବା ମହିଳା ଦଲାଲ ଦୀର୍ଘ ଦିନରୁ ଏହି ଧନ୍ଦାରେ ଲିପ୍ତ ରହିଛି। ତା ପରିବାରର ୪ଜଣ ସଦସ୍ୟ ଏଥିରେ ସହଯୋଗ କରୁଛନ୍ତି। ଧନ୍ଦା ପାଇଁ ରହିଛି ୨୦ଟି ରୁମ୍ ବିଶିଷ୍ଠ ଘର। ମହିଳା ଜଣଙ୍କ ମୋବାଇଲରେ ଯୋଗାଯୋଗ କରିବା ପରେ ଗ୍ରାହକଙ୍କ ଘରକୁ ଝିଅଙ୍କୁ ପଠାଉଥିଲା।

ମତାମତ ଦିଅନ୍ତୁ ।