ଶିକ୍ଷକଙ୍କୁ ରାସ୍ତାରୁ ଉଠାଇ ନେଇ ଦୁଷ୍କର୍ମ କଲେ ୩ ମହିଳା

ଜିମ୍ବାୱେ: ମକୋନୀରେ ୩ଜଣ ମହିଳାଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ଜଣେ ୩୯ ବର୍ଷ ବୟସ୍କ ଶିକ୍ଷକ। ଏଇ ମହିଳାମାନେ ଶିକ୍ଷକଙ୍କୁ ଅପହରଣ କରିନେଇ ଦୁଇଦିନ ଧରି ଦୁଷ୍କର୍ମ କରିଥିବା ବେଳେ ତାଙ୍କୁ ରାସ୍ତାକଡରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ମହିଳା ଗ୍ୟାଙ୍ଗର ଏହି ଘଟଣା ଜିମ୍ବାୱେ ଚାଇତୁଂୱିଜାରେ ଆତଙ୍କ ଖେଳାଇ ଦେଇଛି।

ସୂଚନା ଅନୁଯାୟୀ ଶିକ୍ଷକ ଜଣଙ୍କ ରାସ୍ତାକଡରେ ବସକୁ ଅପେକ୍ଷା କରିଥିବା ବେଳେ ଏକ ନିଳ ବିଏମଡବ୍ଲୁ କାର ତାଙ୍କ ସମ୍ମୁଖରେ ଆସି ଛିଡା ହୋଇଥିଲା। କାର ଚଳାଉଥିବା ବ୍ୟକ୍ତି ତାଙ୍କୁ କେଉଁଆଡକୁ ଯିବ ବୋଲି ପଚାରିବାରୁ ଶିକ୍ଷକ ଗନ୍ତବ୍ୟସ୍ଥଳ ବିଷୟରେ କହିଥିଲେ। ଡୋର ଖୋଲି କାର ଚାଳକ ଦେଇଥିଲେ ଲିଫ୍ଟ। କାରରେ ପୂର୍ବରୁ ବସିଥିଲେ ୩ ଜଣ ମହିଳା। କିଛି ବାଟ ଯିବା ପରେ ରାସ୍ତାରେ ମହିଳାମାନେ ପାନୀୟ କାଢି ପିଇବା ସହ ଶିକ୍ଷକଙ୍କୁ ଦେଇଥିଲେ। ଏହାକୁ ପିଇବା ପରେ ଶିକ୍ଷକ ବୋହୋସ ହୋଇଯାଇଥିଲେ। ଚେତା ଫେରିବା ବେଳକୁ ଏକ ଝାପସା ଆଲୋକ ଥିବା ଛୋଟ ବଖରାରେ ନିଜକୁ ଆବିଷ୍କାର କଲେ। ସେତେବେଳେ ତାଙ୍କ ଯୌନାଙ୍ଗରେ ଭିଷଣ ଯନ୍ତ୍ରଣା ଅନୁଭବ ହେଉଥିଲା।

କଥା ଏତିକିରେ ସରିଲାନି। ଚେତା ଫେରିବା ପରେ ଦୁଇଜଣ ମହିଳା ରୁମକୁ ପ୍ରବେଶ କରି ଶାରୀରିକ ସମ୍ପର୍କ ରକ୍ଷା କରିବାକୁ ବାଧ୍ୟ କରିଥିଲେ। ଶିକ୍ଷକ ଏଥିରେ ରାଜି ନ ହେବାରୁ ତାଙ୍କ ମୁଣ୍ଡରେ ବନ୍ଧୁକ ରଖି ଜଣକ ପରେ ଜଣେ କିଛି ସମୟ ଅନ୍ତରରେ କରିଥିଲେ ଦୁଷ୍କର୍ମ। ଅବସ ହୋଇପଡିଲେ ଜୁସ ପିଆଇ ଚେତା ଫେରାଇବା ସହ ଦୀର୍ଘ ୫୦ ଘଣ୍ଟାକାଳ ଯୌନ ନିର୍ଯାତନା ଦେଇଥିଲେ। ଶିକ୍ଷକଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କାରରେ ନେଇ ରାସ୍ତାକଡରେ ଫିଙ୍ଗିଦେଇଥିଲେ। ମୁର୍ମୁଷୁ ଅବସ୍ଥାରେ ପଡିଥିବା ଦେଖି ଲୋକେ ତାଙ୍କୁ ହସ୍ପିଟାଲ ନେଇଥିଲେ। ସେଠାରେ ଶିକ୍ଷକଙ୍କର ଚେତା ଫେରିବା ପରେ ସବୁ କଥା ଜଣାପଡିଥିଲା। ଏନେଇ ଚାଇତୁଂୱିଜା ପୋଲିସରେ ଏକ ମୋକଦ୍ଦମା ରୁଜୁ ହୋଇଛି। ଏହା ପୂର୍ବରୁ ଅର୍ଥାତ ୨୦୧୧ ମସିହାରେ ପ୍ରଥମେ ଗ୍ୱେରୁ-ହରାରେ ଏପରି ଘଟଣା ଘଟିଥିବା ବେଳେ ଗତ ୩ ବର୍ଷ ତଳେ ବୁଲାୱେରେ ଜଣେ ଯୁବକ କିଛି ମହିଳାଙ୍କ ଦ୍ଵାରା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ରହିଛି।

ମତାମତ ଦିଅନ୍ତୁ ।