ଶିକ୍ଷୟିତ୍ରୀ ସ୍ଵୀକାର କଲେ ଛାତ୍ରଙ୍କ ସହ ରଖିଥିଲେ ଶାରୀରିକ ସମ୍ପର୍କ

ନୂଆଦିଲ୍ଲୀ: ଶିକ୍ଷୟିତ୍ରୀ ଛାତ୍ରଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ଓ ଅଶ୍ଳୀଳ ଚାଟ କରିବା ସହିତ ନଗ୍ନ ଫଟୋ ପଠାଇଥିଲେ। ନ୍ୟୁଜିଲ୍ୟାଣ୍ଡର ଜଣେ ଶିକ୍ଷୟିତ୍ରୀ ଅଦାଲତରେ ନିଜ ଦୋଷକୁ ସ୍ୱୀକାର କରିଛନ୍ତି।

ପୂର୍ବତନ ଶିକ୍ଷୟିତ୍ରୀ ଜଣକ ପ୍ରଥମେ ଜଣେ ଛାତ୍ର ସହିତ ବନ୍ଧୁତା ସ୍ଥାପନ କରିଥିଲେ। ଏହାପରେ ଲଞ୍ଚ୍‌ ଟାଇମ୍‌ରେ ଛାତ୍ରକୁ ଡାକି ତା’ ସହିତ ହସ ମଜାକ କରୁଥିଲେ। ପରି କରିବାର କିଛିଦିନ ପରେ ଦିନେ ଲଞ୍ଚ ଟାଇମ୍‌ରେ ଛାତ୍ରକୁ ବାହାରକୁ ଡାକିନେଇ କାର ଭିତରେ ଶରୀରିକ ସମ୍ପର୍କ ରଖିଥିଲେ। ଏହାଛଡା ସେଇ ଶିକ୍ଷୟିତ୍ରୀ ଉକ୍ତ ଛାତ୍ରର ଜଣେ ସାଙ୍ଗ ସହିତ ବି ଅପ୍ରାକୃତିକ ଯୌନକ୍ରିୟା କରିଥିଲେ। ଅନେକ ସମୟରେ ମହିଳା ସ୍ନାନ କରିବା ସମୟର ଅଶ୍ଳୀଳ ଫଟୋ ଛାତ୍ର ପାଖକୁ ପଠାଉଥିଲେ। ଦୁଇଛାତ୍ର ନାବାଳକ ଥିବା ବେଳେ ଶିକ୍ଷୟିତ୍ରୀଙ୍କ ବୟସ ୩୦ବର୍ଷ ଥିଲା ବୋଲି ଜଣାପଡ଼ିଛି। ଏହି ମାମଲାରେ ଶିକ୍ଷୟିତ୍ରୀ ନିଜ ଦୋଷକୁ ଅଦାଲତରେ ସ୍ୱୀକାର କରିବା ପରେ ତାଙ୍କୁ ଦଣ୍ଡିତ କରାଯାଇ ପାରେ ବୋଲି କୁହାଯାଉଛି।

ମତାମତ ଦିଅନ୍ତୁ ।