ଶିବସେନାରେ ସଲମାନଙ୍କ ବଡିଗାର୍ଡ

ମୁମ୍ୱାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ ହେବାକୁ ଯାଉଥିବା ବେଳେ ଏହା ପୂର୍ବରୁ ଗତକାଲି ଶିବସେନାରେ ଯୋଗ ଦେଇଛନ୍ତି ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ବଡିଗାର୍ଡ ଶେରା। ଶୁକ୍ରବାର ଉଦ୍ଧବ ଠାକରେଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ୍ ହୋଇଛନ୍ତି। ଏ ନେଇ ଶିବସେନା ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ଦୀର୍ଘ ୨୨ ବର୍ଷ ହେବ ସଲମାନଙ୍କ ବଡିଗାର୍ଡ ରହିଥିବା ଶେରାଙ୍କ ମୂଳନାମ ଗୁରମୀତ ସିଂହ ଜଲି।

ମତାମତ ଦିଅନ୍ତୁ ।