ଶିବସେନା କର୍ମୀ ଆକ୍ରମଣ: ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କ ସହ କଥାହେଲେ ରାଜନାଥ

ନୂଆଦିଲ୍ଲୀ : ମୁବାଇର ଜଣେ ଅବସରପ୍ରାପ୍ତ ନୌସେନା ଅଧିକାରୀ ମଦନ ଶର୍ମାଙ୍କୁ ଶିବସେନା କର୍ମୀମାନେ ଆକ୍ରମଣ କରିଛନ୍ତି। ସେ ଚିକିତ୍ସିତ ହେଉଥିବା ବେଳେ ଫୋନ ଯୋଗେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।

ରାଜନାଥ ଟ୍ଵିଟ କରି ଲେଖିଛନ୍ତି ମୁମ୍ବାଇରେ ଦୁର୍ବୃତ୍ତମାନଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଥିବା ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କ ସହ କଥା ହୋଇ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବୁଝିଲି। ପୂର୍ବତନ ସାମରିକ କର୍ମଚାରୀଙ୍କ ପ୍ରତିି ଏପରି ଆକ୍ରମଣ ନିନ୍ଦନୀୟ ଓ ଆଦୌ ଗ୍ରହଣୀୟ ନୁହେଁ। ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛି।

ସୂଚନାଯୋଗ୍ୟ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସଂପର୍କରେ ଏକ କାର୍ଟୁନ ସୋସିଆଲ ମିଡିଆରେ ସେୟାର କରିବା ପରେ ୬ ଜଣ ଶିବସେନା କର୍ମୀ ୬୨ ବର୍ଷୀୟ ମଦନଙ୍କୁ ଆକ୍ରମଣ କରିଥିଲେ। ତାଙ୍କ କଲର ଧରି ପିଟିବାରୁ ସେ ଆହତ ହୋଇଥିଲେ। ସଂପୃକ୍ତ ୬ ଜଣଙ୍କୁ ପୋଲିସ ଗିରଫ ଥରିଥିଲା। କିନ୍ତୁ ସେମାନେ ୫ ହଜାର ଟଙ୍କାର ମୁଚାଲିକାରେ ଜାମିନ ପାଇ ମୁକୁଳିଛନ୍ତି।

ମତାମତ ଦିଅନ୍ତୁ ।