ଶିଶୁ ପାଇଁ ଉପଯୋଗୀ ନୁହେଁ ଗାଈକ୍ଷୀର

ଶିଶୁକୁ ଗାଈକ୍ଷୀର ଦେଲେ ଅନେକ ସମସ୍ୟା ଦେଖାଦେଇଥାଏ । ଗାଈକ୍ଷୀର ଶିଶୁଙ୍କ ପାଇଁ ଅନୁପଯୁକ୍ତ ଏବଂ ଏହାଯୋଗୁ ପିଲାଙ୍କ କିଡ୍‌ନୀ ଉପରେ ବିପରୀତ ପ୍ରଭାବ ପଡିବାର ଆଶଙ୍କା ଥାଏ । ଏନେଇ ଟରୋଣ୍ଟୋ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏଥିରେ ପ୍ରୋଟିନର ମାତ୍ରା ଖୁବ୍‌ ଅଧିକ ଥିବାରୁ ଶିଶୁର ଅପରିପକ୍ୱ କିଡ୍‌ନୀ ଉପରେ ଅଧିକ ଚାପ ପଡ଼ିଥାଏ। ଫଳରେ ପରବର୍ତ୍ତୀ ସମୟରେ କିଡ୍‌ନୀ ସମସ୍ୟା ସୃଷ୍ଟି ଆଶଙ୍କା ରହିଥାଏ। ଶିଶୁ ଜନ୍ମ ହେବା ପରେ ବର୍ଷେ ପର୍ଯ୍ୟନ୍ତ ତାକୁ ଗାଈକ୍ଷୀର ଦେବା ଠିକ୍‌ ନୁହେଁ। ଏପରିସ୍ଥଳେ ମା’କ୍ଷୀର ସବୁ ଦିଗରୁ ସୁରକ୍ଷିତ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ମତାମତ ଦିଅନ୍ତୁ ।