ଶୁକ୍ରୁଳି ବ୍ଲକର ୨ଟି ପଞ୍ଚାୟତ ୬୦ ଘଣ୍ଟା ସଟ୍‌ଡାଉନ୍‌

ବାରିପଦା : ମୟୁରଭଂଜ ଜିଲ୍ଲା ଶୁକ୍ରୁଳି ବ୍ଲକର ଦୁଇଟି ଗ୍ରାମ ପଞ୍ଚାୟତକୁ ୬୦ ଘଣ୍ଟା ପାଇଁ ସଟ୍‌ଡାଉନ୍‌। ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରି ସରପଞ୍ଚ ଘୋଷଣା କରିଛନ୍ତି। ଗତକାଲି ଖିଚିଂ ପଞ୍ଚାୟତରୁ ୫ ଜଣ ଓ ଶୁକ୍ରୁଳି ପଞ୍ଚାୟତରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଗୋଷ୍ଠୀ ସଂକ୍ରମଣ ରୋକିବା ପାଇଁ ଉଭୟ ପଞ୍ଚାୟତର ସରପଞ୍ଚ ଦୁଇଟି ପଞ୍ଚାୟତକୁ ସଟଡାଉନ ଘୋଷଣା କରିଛନ୍ତି। ଗତକାଲି ସନ୍ଧ୍ୟା ୭ ଟାରୁ ୧ ତାରିଖ ସକାଳ ୭ ଟା ପର୍ଯ୍ୟନ୍ତ ଉଭୟ ପଞ୍ଚାୟତ ସମ୍ପୂର୍ଣ୍ଣ ବନ୍ଦ ରହିବ। ଏହି ସମୟରେ ଅତ୍ୟାଶକୀୟ ସାମଗ୍ରୀ ଯୋଗାଣ କରାଯିବ। ପଞ୍ଚାୟତର ସମସ୍ତ ଲୋକଙ୍କ ନିୟମ ମାନିବାକୁ କୁହାଯାଇଛି। ଆଇନ୍‌ ଅମାନ୍ୟକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ରହିଛି।

ମତାମତ ଦିଅନ୍ତୁ ।