ଶେଷ ହେଲା ଭୁବନେଶ୍ୱରରେ କିଟ୍ ନହ୍ନିପରୀ ଆଞ୍ଚଳିକ ଅଡିସନ

ଭୁବନେଶ୍ୱର : କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆ-୨୦୧୯ ପ୍ରତିଯୋଗିତାର ଓଡ଼ିଶା ଆଞ୍ଚଳିକ ଅଡିସନ୍ ରବିବାର ଭୁବନେଶ୍ୱର କିଟ୍‍ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ୧୩ ରୁ ୧୬ବର୍ଷ ବୟସର ବାଳିକାମାନେ ଅଂଶଗ୍ରହଣ କରିଥିଲେ। ଆଞ୍ଚଳିକ ଅଡ଼ିସନ୍‍ରେ ଓଲିଉଡ୍‍ ଅଭିନେତ୍ରୀ ପୁନମ୍‍ ମିଶ୍ର, କୋରିଓଗ୍ରାଫର ମନ୍ଦାକିନୀ ଜେନା, ଫେସନ୍‍ ଫଟୋଗ୍ରାଫର ଆଶୁତୋଷ ସାହୁ ଏବଂ ମିସ୍‍ କୁଇନ୍‍ ୟୁନିଭର୍ସ ୨୦୧୯ ପ୍ରତିମା ପଣ୍ଡା ପ୍ରମୁଖ
ବିଚାରକ ଭାବେ ଯୋଗଦେଇଥିବା ବେଳେ ନହ୍ନିପରୀ କୋର୍‍ଟିମ୍‍ର ସଦସ୍ୟା ଡ. ସୁଚେତା ପ୍ରିୟବାଦିନୀ, ଡ. ଶ୍ରଦ୍ଧାଞ୍ଜଳି ନାୟକ ଏବଂ ଡ. ସ୍ମିତା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏହାଛଡା କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆ-୨୦୧୯ ପ୍ରତିଯୋଗିତାର ଆଞ୍ଚଳିକ ଅଡ଼ିସନ୍‍ ଦେଶର ବିଭିନ୍ନ ସହରରେ ଅନୁଷ୍ଠିତ ହୋଇଯାଇଛି।

ମତାମତ ଦିଅନ୍ତୁ ।