ଶ୍ରୀନଗରରେ ସିଆରପିଏଫ୍‌ ଆଇଜି ଦାୟିତ୍ୱ ନେଲେ ମହିଳା ଆଇପିଏସ୍‌ ଚାରୁ ସିହ୍ନା

ଶ୍ରୀନଗର : ଜମ୍ମୁ-କଶ୍ମୀରର ଆତଙ୍କବାଦୀ ପ୍ରଭାବିତ ଶ୍ରୀନଗର ସେକ୍ଟରର ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ୍‌)ର ଆଇଜି ଭାବେ ନିଯୁକ୍ତ ହୋଇଛନ୍ତି ୧୯୯୬ ବ୍ୟାଚ୍‌ ତେଲେଙ୍ଗାନା କ୍ୟାଡରର ମହିଳା ଆଇପିଏସ୍‌ ଅଧିକାରୀ ଚାରୁ ସିହ୍ନା।

ଆଇପିଏସ୍‌ ଚାରୁ ସିହ୍ନାଙ୍କ ପାଇଁ ଏହା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ ସେ ସିଆରପିଏଫ୍‌ରେ ନକ୍ସଲ ଅଧ୍ୟୁଷିତ ବିହାର ସେକ୍ଟରର ଆଇଜି ଭାବରେ କାର୍ଯ୍ୟ କରିଥିଲେ। ନକ୍ସଲ ମୁକାବିଲା କ୍ଷେତ୍ରରେ ଗ୍ରହଣ କରିଥିଲେ ଗୁରୁତ୍ୱପୂର୍ଣ୍ଣ ଭୂମିକା। ତାଙ୍କ ନେତୃତ୍ୱରେ ବିଭିନ୍ନ ନକ୍ସଲ ବିରୋଧୀ ଅପରେସନ୍‌ କରାଯାଇଥିଲା। ପରେ ତାଙ୍କୁ ଜାମ୍ମୁକୁ ସ୍ଥାନାନ୍ତରିତ କରାଯାଇଥିଲା। ସୋମବାର ତାଙ୍କୁ ସିଆରପିଏଫ୍‌ର ଆଇଜି ଭାବେ ଶ୍ରୀନଗର ସେକ୍ଟରରେ ନିଯୁକ୍ତ ମିଳିଛି।

ମତାମତ ଦିଅନ୍ତୁ ।