ସଂଦିଗ୍ଧ ଡ୍ରୋନକୁ ଗୁଳିକରି ଖସାଇବାକୁ ସୁରକ୍ଷା ବାହିନୀକୁ ମିଳିଲା ଅନୁମତି

ନୂଆଦିଲ୍ଲୀ : କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର ପରେ କେବଳ କଶ୍ମୀର ନୁହେଁ ପଞ୍ଜାବରେ ଆତଙ୍କବାଦୀ ଆକ୍ରମଣ କରିବାକୁ ଉଦ୍ୟମ କରୁଛି ପାକିସ୍ତାନ। ଡ୍ରୋନ ସାହାଯ୍ୟରେ ସୀମା ଏପାରିକୁ ପଠାଉଛି ଅସ୍ତ୍ରଶସ୍ତ୍ର। ପୂର୍ବରୁ ପାକିସ୍ତାନ ପଟୁ ନିଶାଦ୍ରବ୍ୟ ଆସୁଥିବାବେଳେ ଏବେ ଅସ୍ତ୍ରଶସ୍ତ୍ର ଆସୁଛି। ଏହା ଭାରତୀୟ ସୁରକ୍ଷାବଳ ପାଇଁ ଚିନ୍ତାର କାରଣ ହୋଇଥିବା ବେଳେ ସଂଦିଗ୍ଧ ଡ୍ରୋନ ଗୁଡିକୁ ମାରି ଖସାଇଦେବାକୁ ସେନା ଓ ପୁଲିସକୁ ସରକାରଙ୍କ ଅନୁମତି ମିଳିଛି। ତେଣୁ ସୀମା ନିକଟରେ ୧୦୦୦ ଫୁଟ କିମ୍ବା ତଳେ ଉଡୁଥିବା ସଂଦିଗ୍ଧ ଡ୍ରୋନକୁ ଖସାଇକୁ ସରକାରଙ୍କ ଅନୁମତି ଆବଶ୍ୟକ ନାହିଁ ବୋଲି କୁହାଯାଇଥିବା ବେଳେ କେବଳ ୧୦୦୦ ଫୁଟ ଉଚ୍ଚରେ ଉଡୁଥିବା ଯାନକୁ ଗୁଳି କରିବାକୁ ଅନୁମତି ଦରକାର ହେବ।

ମତାମତ ଦିଅନ୍ତୁ ।