ସଂପର୍କ ନଭାଙ୍ଗିବାରୁ ପ୍ରେମିକାର ଗଳା ଚିପି ହତ୍ୟାକଲା ପ୍ରେମିକ

ନୂଆଦିଲ୍ଲୀ : କେରଳର ତିରୁବନନ୍ତପୁରମରେ ଏକ ଆଶ୍ଚର୍ଯ୍ୟ ଘଟଣା ଘଟିଛି। ପ୍ରେମିକାକୁ ହତ୍ୟାକରି ଶବ ଉପରେ ଲୁଣ ଦେଇ ପୋତିବା ପରେ ସନ୍ଦେହ ହଟାଇବା ପାଇଁ ତ ଉପରେ ଗଛ ଲଗାଇଛି ପ୍ରେମିକ। ଅଭିଯୁକ୍ତ ଗିରଫ ହେବ ପରେ ସବୁ କଥା ପଦାକୁ ଆସିଛି।

ସୂଚନା ଅନୁଯାୟୀ ସେନାର ଯବାନ ଅଖିଲ ଦିଲ୍ଲୀରେ ରହି କାମ କରୁଥିଲେ । ଏ ମଧ୍ୟରେ ତାଙ୍କର ପୀଡ଼ିତା ରେଖାଙ୍କ ସହ ଥିବା ପ୍ରେମ ସଂପର୍କ ବିଗିଡ଼ିବାରେ ଲାଗିଥିଲା । ଅନ୍ୟ ଯୁବତୀଙ୍କ ସହ ନିର୍ବନ୍ଧ କରି ସାରିଥିବାରୁ ଅଖିଲ ରେଖାଙ୍କୁ ଦୂରେଇବାକୁ ଚାହୁଁଥିଲେ । କିନ୍ତୁ ରେଖା ସଂପର୍କକୁ ଭାଙ୍ଗିବାକୁ ଚାହୁଁନଥିବାରୁ ଜୁନ୍‌ ୨୪ରେ ଅଖିଲ ଓ ଦୁଇବନ୍ଧୁ ରେଖା ଘରକୁ ଫେରୁଥିବା ବେଳେ ଜବରଦସ୍ତ କାର୍‌ରେ ଉଠାଇ ଥିଲେ । ସଂପର୍କ ଭାଙ୍ଗିବାକୁ ବାଧ୍ୟ କରିଥିଲେ। ରେଖା ରାଜି ନହେବାରୁ ଗଳା ଚିପି ହତ୍ୟା କରିବା ସହ ଅଖିଲଙ୍କ ଘର ପଛପଟେ ପୋତି ଦେଇଥିଲେ। ରେଖାଙ୍କ ଘର ଲୋକେ ଥାନାରେ ନିଖୋଜ ରିପୋର୍ଟ ଲେଖାଇବାରୁ ପୋଲିସ ତଦନ୍ତ କରି ପ୍ରକୃତ ଘଟଣା ପଦାକୁ ଆଣିଛି।

ମତାମତ ଦିଅନ୍ତୁ ।