ସଚେତନ କରାଇବାକୁ ଯାଇ ତଣ୍ଡ ଗଣିଲେ ବିଧାୟକ

ଭୁବନେଶ୍ଵର : ଟ୍ରାଫିକ୍‌ ନିୟମ ବିଷୟରେ ଲୋକଙ୍କୁ ସଚେତନ କରିବାକୁ ଯାଇ ଜରିମାନା ଦେଲେ ବିଧାୟକ। ଏଜି ଛକରେ ବେଆଇନ ଗାଡ଼ି ପାର୍କିଂ ପାଇଁ କମିଶନରେଟ୍‌ ପୋଲିସ ତାଙ୍କଠାରୁ ୫୦୦ ଟଙ୍କା ଫାଇନ କାଟିଛି।

ରବିବାର କମିଶନରେଟ୍‌ ପୋଲିସ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେବାକୁ ଯାଇଥିଲେ ଭୁବନେଶ୍ଵର ମାଧ୍ୟମ ବିଧାୟକ ଅନନ୍ତ ନାରାୟଣ ଜେନା। ସେ ଲୋକଙ୍କୁ ଚକୋଲେଟ୍‌ ଓ ଲିଫ୍‌ ଲେଟ୍‌ ଦେଇ ସଚେତନ କରୁଥିଲେ। କିନ୍ତୁ ତାଙ୍କ ଗାଡ଼ି ଏଜି ଛକରେ ବେଆଇନ ପାର୍କିଂ ହୋଇଥିଲା। ଏହାଦେଖି ଲୋକେ ସିଧାସଳଖ ଭୁବନେଶ୍ୱର ଡିସିପି ଅନୁପ ସାହୁଙ୍କ ନିକଟରେ ଅଭିଯୋଗ କରିଥିଲେ। ଡିସିପିଙ୍କ ଉପସ୍ଥିତିରେ ବିଧାୟକ ଶ୍ରୀ ଜେନା ଦେଇଥିଲେ ୫୦୦ ଟଙ୍କା ଜରିମାନା।

ମତାମତ ଦିଅନ୍ତୁ ।