ସଡକ ଦୁର୍ଘଟଣାରେ ୨ ଅଭିନେତ୍ରୀ ମୃତ

ମୁମ୍ବାଇ : ଦକ୍ଷିଣ ଭାରତୀୟ ଟେଲିଭିଜନ ଇଣ୍ଡଷ୍ଟ୍ରୀର ଦୁଇ ଅଭିନେତ୍ରୀଙ୍କ କାର ଆକ୍ସିଡେଟଣ୍ଟରେ ମୃତ୍ୟୁ ହୋଇଛି । ଏହି ଦୁଇ ଅଭିନେତ୍ରୀ ହେଲେ ଅନୁଷ୍କା ରେଡ୍ଡ ଓ ଭାର୍ଗଭୀ । କୁହାଯାଉଛି ଯେ, ଯେଉଁ କାରର ଦୁର୍ଘଟଣା ହୋଇଛି ସେହି କାରରେ ୪ ଜଣ ଅଭିନେତ୍ରୀ ଥିଲେ, ସେମାନେ ସମସ୍ତେ ସୁଟିଂ ସାରି ଫେରୁଥିଲେ।

ଖବର ଅନୁସାରେ ଏହି ଦୁର୍ଘଟଣା ବିକାରାବାଦ ନିକଟରେ ହୋଇଛି। କୁହାଯାଉଛି ଯେ କାର ଆଗକୁ ହଠାତ ଏକ ଟ୍ରକ ଚାଲିଆସିଥିଲା। ସେଥିରୁ ରକ୍ଷା ପାଇବାକୁ ଏହି ଅଭିନେତ୍ରୀଙ୍କ କାର ନିୟନ୍ତ୍ରଣ ହରାଇ ବସିଥିଲା ଓ ଏକ ଗଛରେ ଯାଇ ମାଡ ହୋଇଥିଲା।

କାର ଭିତରେ ଥିବା ୪ ଜଣ ଅଭିନେତ୍ରୀଙ୍କ ମଧ୍ୟରୁ ଦୁଇଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି ଓ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି।  ମୃତ ଦୁଇ ଅଭିନେତ୍ରୀଙ୍କ ବୟସ ପ୍ରାୟ ୨୦ ବର୍ଷ ହେବ ବୋଲି ଜଣାପଡିଛି। ଭାର୍ଗବୀ ଟିଭି ଶୋ ’ମୃତ୍ୟାଲା ମୁଗ୍ଗୁ’ରେ ନେଗେଟିଭି ଭୂମିକାରେ ଅଭିନୟ କରୁଛନ୍ତି ଓ ଅନୁଷ୍କା ମଧ୍ୟ ଏକ ଟିଭି ଶୋ’ରେ କାମ କରିସାରିଛନ୍ତି।

ମତାମତ ଦିଅନ୍ତୁ ।