ସନତ ଗଡତିଆଙ୍କ ପାଇଁ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ

ଭୁବନେଶ୍ଵର : ବିଜେପୁର ଉପ ନିର୍ବାଚନରେ ବିଜେପି ସନତ ଗଡତିଆଙ୍କ ପାଇଁ ସ୍ମୃତି ଇରାନୀଙ୍କ ସମେତ ତିନିଜଣ କେନ୍ଦ୍ରମନ୍ତ୍ରୀ ପ୍ରଚାର କରିବାକୁ ଆସିବେ। ଅକ୍ଟୋବର ୧୪ ତାରିଖ ପରେ ସ୍ମୃତି ପ୍ରଚାର ପାଇଁ ଆସିବେ ବୋଲି ଦଳର ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ସେ କହିଛନ୍ତି ଚଳିତ ଥର ବିଜେଡିର ‘ବି’ ଟିମ୍‌ ହୋଇ କାମ କରିବ କଂଗ୍ରେସ। ଗତ ଉପନିର୍ବାଚନରେ ଯେଉଁଭଳି ଭାବେ କଂଗ୍ରେସର ଭୋଟ୍ ବିଜେଡିକୁ ବିକ୍ରି ହୋଇଥିଲା, ଏଥର ମଧ୍ୟ ସେହିଭଳି ହେବ। ପ୍ରାର୍ଥୀ ଚୟନରୁ ଏହା ସ୍ପଷ୍ଟ ହୋଇଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

ମତାମତ ଦିଅନ୍ତୁ ।