ସନ୍ନି ଲିଓନଙ୍କୁ ଅନୁସରଣ କରୁଛନ୍ତି ବଲିଉଡ ନାୟିକା ଅଦିତି

ମୁମ୍ବାଇ: ବଲିଉଡରେ ଏକଦଶକ ପୂରଣ କରିଥିବା ଅଦିତି ରାଓ ହାଇଦରୀଙ୍କର ଆଜି ଜନ୍ମଦିନ। କିନ୍ତୁ ତାଙ୍କୁ ସେତେଟା ସଫଳତା ମିଳୁନଥିବାରୁ ସନ୍ନି ଲିଓନଙ୍କୁ ଅନୁସରଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏବେ ସେ ଦକ୍ଷିଣ ଭାରତୀୟ ସିନେମାକୁ ମୁହାଁଇଛନ୍ତି। ସନ୍ନି ଲିଓନ ମଧ୍ୟ ବଲିଉଡରେ ଭଲ ଅଫର୍‌ ନପାଇବାରୁ ସାଉଥ୍‌କୁ ଯାଇଛନ୍ତି।

୨୦୦୯ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଦିଲ୍ଲୀ-୬’ରୁ ଅଦିତି ରାଓ ହାଇଦରୀ ବଲିଉଡରେ କ୍ୟାରିଅର୍‌ ଆରମ୍ଭ କରିଥିଲେ। ଏହାପରେ ୟେ ଶାଲି ଜିନ୍ଦେଗି, ରକ୍‌ଷ୍ଟାର, ଖୁବ୍‌ସୁରତ୍‌, ଓ୍ଵାଜିର, ଭୂମି ଓ ପଦ୍ମାବତ୍‌ ଆଦି ଲୋକପ୍ରିୟ ହିନ୍ଦୀ ସିନେମାର ଅଭିନୟ କରିଛନ୍ତି।

ଅଦିତି ତେଲୁଗୁ ସିନେମା ‘ସମ୍ମୋହନମ୍‌’ରେ ଡେବ୍ୟୁ କରିଥିଲେ। ଏହା ଏକ ବ୍ଲକବଷ୍ଟର ଫିଲ୍ମ ସାବ୍ୟସ୍ତ ହୋଇଥିଲା। ତାପରେ ଆସିଥିଲେ ବଲିଉଡକୁ। ଏବେ ପୁଣି ଦକ୍ଷିଣ ଭାରତୀୟ ସିନେମାରେ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି। ଅଦିତି ଦୁଇଟି ଦକ୍ଷିଣ ଭାରତୀୟ ସିନେମାରେ ଏବେ କାମ କରୁଥିବା ଜଣାଯାଇଛି। ଅଦିତିଙ୍କୁ ଜଣେ ଟପ୍‌ ହିରୋଇନ୍‌ର ମାନ୍ୟତା ଏର୍ଯ୍ୟନ୍ତ ମିଳିନଥିବା ବେଳେ ତାଙ୍କୁ କୌଣସି ବିଗ୍‌ ଷ୍ଟାରଙ୍କ ଅପୋଜିଟ୍‌ରେ ହିରୋଇନ୍‌ ରୋଲ ପାଇଁ ଅଫର୍‌ ଆସୁନି। ତେଣୁ ସେ ଦକ୍ଷିଣ ମୁହାଁ ସ୍ଵାଭାବିକ ବୋଲି ଚର୍ଚ୍ଚା ହେଉଛି।

ମତାମତ ଦିଅନ୍ତୁ ।