ଯୋଡ଼ା: ଆଜି ବଡ଼ବିଲରୁ ୧୧ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ କେନ୍ଦୁଝର ଜିଲ୍ଲାପାଳ ବଡ଼ବିଲକୁ ସପ୍ତାହେ ଲାଗି ସଟ୍ଡାଉନ୍ ଘୋଷଣା କରିଛନ୍ତି । ୧୧ଟି ଯାକ ଆକ୍ରାନ୍ତ ଲୋକାଲ କେସ୍ ହୋଇଥିବାରୁ ସଂକ୍ରମଣ ବଢ଼ିବାର ସମ୍ଭାବନା ରହିଛି । ଏହାକୁ ନିୟନ୍ତ୍ରଣରେ ରଖିବାକୁ ସଟ୍ଡାଉନ୍ ନିଷ୍ପତି ନେଇଛନ୍ତି ଜିଲ୍ଲାପାଳ । ଏହି ସମୟରେ ସମସ୍ତ ଅତ୍ୟାବଶ୍ୟକ ସେବାକୁ ଛାଡ଼ି ଦୋକାନ ବଜାର, ମାର୍କେଟ କମ୍ପେ୍ଲକ୍ସ ଓ ହାଟ ବନ୍ଦ ରହିବ ବୋଲି ଜଣାପଡ଼ିଛି ।
2020-07-05