ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ହାଇ ଆଲର୍ଟ ଜାରିକଲା ଗୃହ ମନ୍ତ୍ରଣାଳୟ, ସଜାଗ ରହିବାକୁ ପରାମର୍ଶ

ନୂଆଦିଲ୍ଲୀ : ଜାମ୍ମୁ ଓ କାଶ୍ମୀରକୁ ମିଳିଥିବା ସ୍ୱତନ୍ତ୍ର ମାନ୍ୟତା ଧାରା ୩୭୦କୁ ଉଚ୍ଛେଦ କରାଯିବା ପରେ ସେଠାରେ ଅସ୍ଥିରତା ସୃଷ୍ଟି ହୋଇଛି। ଏହାକୁ ନଜରରେ ରଖି ସାରା ଦେଶରେ ହାଇ ଆଲର୍ଟ ଜାରି କରାଯାଇଛି। ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ସମଗ୍ର ଦେଶରେ ସୁରକ୍ଷାକୁ ନେଇ ଚିନ୍ତା ବଢି ଯାଇଥିବା ବେଳେ ଅସାମାଜିକ ବ୍ୟକ୍ତି ଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କା ରହିଛି। ଏଥିପାଇଁ ସତର୍କ ରହିବାକୁ କେନ୍ଦ୍ର ସରକାର ରାଜ୍ୟ ଏବଂ କେନ୍ଦ୍ରଶାସିତ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୋମବାର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଆଦେଶରେ କୁହାଯାଇଛି ଯେ, ଆପଣ ଜାଣିଛନ୍ତି କେନ୍ଦ୍ର ମନ୍ତ୍ରିମଣ୍ଡଳ ସମଗ୍ର ରାଷ୍ଟ୍ରୀୟ ହିତରେ ଓ ରାଷ୍ଟ୍ରୀୟ ସୁରକ୍ଷାକୁ ମଜବୁତ କରିବା ନିମନ୍ତେ ଆଜି ଜମ୍ମୁ-କାଶ୍ମୀର ସମ୍ବନ୍ଧିତ କିଛି ମହତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହାକୁ ଆଲକାରି ଅସାମାଜିକ ବ୍ୟକ୍ତିମାନେ ଦେଶର କୌଣସି ସ୍ଥାନରେ ସୁରକ୍ଷା, ଶାନ୍ତି ଓ ସଦଭାବ ଖରାପ କରିପାରନ୍ତି। ଏଥିପାଇଁ ଅନୁମତି ଦିଅନ୍ତୁ ନାହିଁ। ସବୁ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ସଚିବ ଓ ପୋଲିସ ଡିଜିଙ୍କୁ ଗୃହ ମନ୍ତ୍ରାଳୟରୁ ଏହି ଚିଠି ଲେଖିଥିବା ବେଳେ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାଛଡା ବାୟୁସେନା ଓ ସ୍ଥଳ ସେନାକୁ ମଧ୍ୟ ହାଇ ଆଲର୍ଟରେ ରଖାଯାଇଛି।

ମତାମତ ଦିଅନ୍ତୁ ।