ସଭାପତି ଯିଏ ହେଲେ ମାନିବି: ସୁରେଶ ରାଉତରାୟ

ଭୁବନେଶ୍ୱର : ରାଜ୍ୟ କଂଗ୍ରେସରେ ନିରଂଜନ ହଟାଓ ଅଭିଯାନ ଆରମ୍ଭ ହୋଇଛି। ଆସନ୍ତା ୧୦ ତାରିଖରେ ନେତା ଦିଲ୍ଲୀ ଯାଇ ସୋନିଆ ଗାନ୍ଧୀଙ୍କୁ ଭେଟିବେ। କଟକ-ବାରବାଟୀ ବିଧାୟକ ମହମଦ ମୋକିମିଙ୍କୁ ପିସିସି ସଭାପତି କରିବା ପାଇଁ ଦେବେ ପ୍ରସ୍ତାବ। ଏହା ପୂର୍ବରୁ କେତେଜଣ ନେତା ଏକାଠି ହୋଇସାରିଥିବା ବେଳେ ଏହି ମେଳିକୁ ଜଟଣୀ ବିଧାୟକ ତଥା ବରିଷ୍ଠ ନେତା ସୁରେଶ ରାଉତରାୟ ବିରୋଧ କରିଛନ୍ତି। ସେ କହିଛନ୍ତି ମୁଁ ମେଳିଭଳି ଛୋଟକାଟିଆ କାମ ମୁଁ କରେନି। ଯେଉଁମାନେ ଯାଇ ହୋଟେଲରେ ବୈଠକ କରୁଛନ୍ତି ସେମାନେ କଂଗ୍ରେସର ନୁହନ୍ତି। ଦଳୀୟ କାର୍ଯ୍ୟକ୍ରମରେ ସେମାନଙ୍କ ଦେଖା ମିଳେନି।

ସେ କହିଛନ୍ତି ନିରଞ୍ଜଜନ ଇସ୍ତଫା ଦେଇସାରିଛନ୍ତି। ସୋନିଆ ଗାନ୍ଧି କହିଛନ୍ତି ବିକଳ୍ପ ବ୍ୟବସ୍ଥା ନ ହେଲା ଯାଏ ନିରଂଜନ ରହି ସଂଗଠନ ସମ୍ଭାଳିବେ। ଆମେ ହେଉଛୁ ଲୟାଲ କଂଗ୍ରେସ କର୍ମୀ। ସୋନିଆଙ୍କ ନିର୍ଦ୍ଦେଶ ମାନିବୁ। ନିରଞ୍ଜନ ହେଲେ ମାନିବୁ। ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଅମର ପ୍ରଧାନ କି ମୋକିମ ସଭାପତି ହେଲେ ମାନିବି।

ଅନ୍ୟପକ୍ଷରେ ରାଜ୍ୟ କଂଗ୍ରେସରେ ନିରଞ୍ଜନ ବିରୋଧୀ ମେଳି ଆଗକୁ ବଢୁଛି। ସମର୍ଥନ ଯୋଗାଡ଼ ପାଇଁ ହେମାନନ୍ଦ ବିଶ୍ୱାଳଙ୍କୁ ଭେଟିଛନ୍ତି ଅସନ୍ତୁଷ୍ଟ ଗୋଷ୍ଠୀ। ମୋକିମଙ୍କ ନାଁ ପ୍ରସ୍ତାବ କରିବାକୁ ଅନୁରୋଧ କରାଯାଇଛି। ଯୋଜନା ରହିଛି ଅନ୍ୟ ବରିଷ୍ଠ ନେତାଙ୍କୁ ଭେଟି ସମର୍ଥନ ଲୋଡିବେ। ତେବେ ଆଗକୁ କେଉଁ ନେତାମାନେ ମେଳିକୁ ସମର୍ଥନ ଦେଉଛନ୍ତି ତାହା ଦେଖିବାର କଥା।

ମତାମତ ଦିଅନ୍ତୁ ।