ସମୁଦ୍ର କୂଳରୁ ୪୫ ଫୁଟ ଲମ୍ବର ମୃତ ତିମି ଉଦ୍ଧାର

କୋଲକାତା : ପଶ୍ଚିମବଙ୍ଗର ମେଦିନିପୁର ଜିଲ୍ଲା ସମୁଦ୍ର କୂଳରୁ ଏକ ବିଶାଳ ମୃତ ତିମି ଉଦ୍ଧାର ହୋଇଛି। ମନ୍ଦାରମଣି ସମୁଦ୍ର କୂଳରେ ଲାଗିଥିବା ଏହି ତିମିର ଲମ୍ବ ୪୫ ଫୁଟ ଓ ଚଉଡ଼ା ୧୦ ଫୁଟ ହେବ ବୋଲି ପଶ୍ଚିମବଙ୍ଗ ବନ ବିଭାଗ ସୂଚନା ଦେଇଛି। ତିମିଟି କିପରି ମୃତ୍ୟୁବରଣ କଲା ତାହା ସ୍ପଷ୍ଟ ହୋଇନାହିଁ। ଗତକାଲି ତିମିକୁ ପୋତି ଦିଆଯାଇଛି। ତାହାର କଙ୍କାଳ ପଶ୍ଚିମବଙ୍ଗ ସଂଗ୍ରହାଳୟରେ ରଖାଯିବ ବୋଲି ବନ ବିଭାଗ କହିଛି।

ମତାମତ ଦିଅନ୍ତୁ ।