ସମୁଦ୍ର ସୀମାରେ ଭାରତ ମୁତୟନ କଲା ଯୁଦ୍ଧଜାହାଜ

ନୂଆଦିଲ୍ଲୀ : ଉତ୍ତର ଆରବ ସାଗରରେ ପାକିସ୍ତାନ ନୈସେନା ଯୁଦ୍ଧ ଅଭ୍ୟାସ କରୁଛି। ପାକିସ୍ତାନର ଯୁଦ୍ଧାଭ୍ୟାସକୁ ଦୃଷ୍ଟିରେ ରଖି ଭାରତ ସମୁଦ୍ର ସୀମାରେ ଆଗୁଆ ମୁତୟନ କରିଛି ଯୁଦ୍ଧ ଜାହାଜ। ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ ପାକିସ୍ତାନ ନିଜର ଯୁଦ୍ଧ କ୍ଷମତା ଆକଳନ ପାଇଁ ଏପରି ନୌସେନା ଅଭ୍ୟାସ କରୁଛି। ସେପ୍ଟେମ୍ବର ୨୫ରୁ ୨୯ ମଧ୍ୟରେ ଲାଇଫ ମିଶାଇଲ, ରକେଟ ଉତକ୍ଷେପଣ ଓ ବନ୍ଧୁକ ଫାୟରିଂ କରିପାରେ।

ପ୍ରତିରକ୍ଷା ସଂସ୍ଥାର ଖବର ହେଲା ପାକିସ୍ତାନୀର ଯୁଦ୍ଧାଭ୍ୟାସ ଉପରେ ନଜର ରଖାଯାଉଛି। ଯଦି ପାକିସ୍ତାନ କିଛି ବଳ ପ୍ରୟୋଗ କରିବାକୁ ଚାହିଁବ, ଭାରତର ସଶସ୍ତ୍ର ବଳ ଏହାକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଆକ୍ରମଣ କରିବାକୁ ଚିନ୍ତା କରୁଛି। ଯଦି ସେଭଳି କିଛି କରେ ତା’ହେଲେ ଉଚିତ ଜବାବ ମିଳିବ।

ମତାମତ ଦିଅନ୍ତୁ ।