ସମ୍ବଲପୁର: ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ଅମିତ ବିହାରୀ ଆହତ

ଭୁବନେଶ୍ଵର: ସମ୍ବଲପୁର ପୋଲିସ ଶୁକ୍ରବାର ସନ୍ଧ୍ୟାରେ କୁଖ୍ୟାତ ଅପରାଧୀ ଅମିତ ବିହାରୀ ଓରଫ ଅମିତ ସାହୁକୁ ଏନ୍‌କାଉଣ୍ଟର କରିଛି। କ୍ଷେତରାଜପୁର ଥାନା ଅଞ୍ଚଳରେ ହୋଇଛି ଏହି ଏନ୍‌କାଉଣ୍ଟର। ଘଟଣାସ୍ଥଳରୁ ଏକ ପିସ୍ତଲ ଓ ଗୁଳି ଜବତ କରାଯାଇଥିବା ସମ୍ବଲପୁର ଏସ୍‌ପି କେ. ବି. ସିଂହ ଏହି ସୂଚନା ଦେଇଛନ୍ତି। ଅମିତ ନାଁରେ ବିଭିନ୍ନ ଥାନାରେ ୮ରୁ ଅଧିକ ଅପରାଧିକ ମାମଲା ରହିଛି।

ଖବର ଅନୁଯାୟୀ ଆଜି କ୍ଷେତରାଜପୁର ଥାନା ଗୁଡେଶ୍ୱର ବାବା ମନ୍ଦିର ନିକଟରେ ଅମିତ ଥିବା ସୂଚନା ପାଇ କ୍ଷେଷେତରାଜପୁର ଆଇଆଇସି ମମତା ନାଏକଙ୍କ ନେତୃତ୍ୱରେ ଏକ ସ୍ପେଶାଲ ସ୍କ୍ଵାର୍ଡ ଅତର୍କିତ ଭାବେ ଚଢ଼ାଉ କରିଥିଲା। ପୋଲିସକୁ ଦେଖି ଅମିତ ୨ ରାଉଣ୍ଡ ଗୁଳି ଚଳାଇବାରୁ ପୋଲିସ ଦେଇଥିଲା ପାଲଟା ଜବାବ। ଅମିତର ବାମ ଗୋଡ଼ରେ ଗୁଳି ବାଯିବାରୁ ସେ ଗୁରୁତର ଆହତ ହୋଇଥିବା ବେଳ ତାକୁ ବୁର୍ଲା ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ମତାମତ ଦିଅନ୍ତୁ ।