ସମ୍ବଲପୁର: ୫ ଚୋର ସମେତ ୮ଗିରଫ

ଭୁବନେଶ୍ଵର : ସମ୍ବଲପୁର ଅଇଁଠାପାଲି ପୋଲିସ ଏକ ଚୋର ଗ୍ୟାଙ୍ଗକୁ ଧରିଛି। ୫ ଜଣ ଗିରଫ ହୋଇଥିବା ବେଳେ ସେମାନଙ୍କ ଠାରୁ ପ୍ରାୟ ୯ ଲକ୍ଷ ଟଙ୍କାର ସଂପତ୍ତି ଜବତ କରାଯାଇଛି।

ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସଡିପିଓ ଭବାନୀ ଶଙ୍କର ଉଦ୍‌ଗାତା। ସେ କହିଛନ୍ତି ଏହି ଚୋରମାନେ ତାଲା ବନ୍ଦ ଘରକୁ ଟାର୍ଗେଟ କରୁଥିଲେ। ପାଖ ଘରର ଲୋକେ ଶୋଇପଡ଼ିବା ପରେ ଭିତରେ ପଶି ଲୁଟ୍‌ କରୁଥିଲେ। ଗିରଫ ଅଭିଯୁକ୍ତମାନେ ହେଲେ ରାଉରକେଲା ଗିରିଧାରିବସ୍ତିର କାର୍ତ୍ତିକ ମାଝୀ, ଉଦିତନଗର ମାଲଗୋଦାମ ସଦର ବସ୍ତିର ପବିତ୍ର ଗର୍ଡିଆ, ସମ୍ବଲପୁର ପିପଳପଡ଼ା ଶାସନର ଆକାଶ ହେମ୍ବ୍ରମ, ଷ୍ଟେସନ ପଡ଼ାର ସଂଜୟ ନାଏକ ଓ ଜଣେ ନାବାଳକ। ସେହିପରି ଜିନିଷ କିଣିବା ଅଭିଯୋଗରେ ପୋଲିସ ପ୍ରେମଶିଳା ମେହେର, ରତ୍ନାକର ମେହେର ଓ ଗଜେନ୍ଦ୍ର ମେହେର ଗିରଫ ହୋଇଥିବା ଶ୍ରୀ ଉଦ୍‌ଗାତା କହିଛନ୍ତି।

ମତାମତ ଦିଅନ୍ତୁ ।