ସରକାରଙ୍କୁ ୧.୭୬ ଲକ୍ଷ କୋଟି ଦେବ ରିଜର୍ଭ ବ୍ୟାଙ୍କ

ମୁମ୍ବାଇ : ଭାରତୀୟ ରିଜର୍ଭ ବ୍ୟାଙ୍ କେନ୍ଦ୍ର ସରକାରଙ୍କୁ ନିଜର ବଳକା ଜମାରାଶି ୧.୭୬ ଲକ୍ଷ କୋଟି ଟଙ୍କା ପ୍ରଦାନ ପ୍ରଦାନ କରିବ। ଆଜି ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ରିଜର୍ଭ ବ୍ୟାଙ୍କର ସେଣ୍ଟ୍ରାଲ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବିମଳ ଜଲାନ କମିଟି ରିପୋର୍ଟକୁ ଗ୍ରହଣ କରିବା ପରେ ରିଜର୍ଭ ବ୍ୟାଙ୍କ ରାଜି ହୋଇଛି ସରକାରଙ୍କୁ ମୋଟ ୧.୭୬ ଲକ୍ଷ କୋଟି ଟଙ୍କା ଦେବ। ଏହି ରାଶି ମଧ୍ୟରେ ରହିଛି ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ୧.୨୩ ଲକ୍ଷ କୋଟି ଟଙ୍କା। ଅବଶିଷ୍ଟ ୫୨ ହଜାର କୋଟି ଟଙ୍କା ହେଉଛି ଆରବିଆଇ ସେଣ୍ଟ୍ରାଲ ବୋର୍ଡ ଦ୍ୱାରା ଧାର୍ଯ୍ୟ ସଂଶୋଧିତ ଇକୋନୋମିକ କ୍ୟାପିଟାଲ ଫ୍ରେମଓ୍ଵାର୍କ (ଇସିଏଫ)ର ବଳକା ରାଶି।

ମତାମତ ଦିଅନ୍ତୁ ।