ସରକାରଙ୍କ ନିୟମ ମାନିବେନି, ମୁସଲିମମାନେ ଅଧିକ ସନ୍ତାନ ଜନ୍ମ କରିବେ: ବଦରୁଦ୍ଦିନ ଅଜମଲ

ନୂଆଦିଲ୍ଲୀ : ଆସାମ ସରକାରଙ୍କ ଦୁଇ ସନ୍ତାନ ନିୟମକୁ ଅଲ ଇଣ୍ଡିଆ ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟ (ଏଆଇୟୁଡିଏଫ) ମୁଖ୍ୟ ବଦରୁଦ୍ଦିନ ଅଜମଲ ବିରୋଧ କରିଛନ୍ତି। ସେ କହିଛନ୍ତି ଦୁଇରୁ ଅଧିକ ସନ୍ତାନ ଥିବା ଲୋକମାନଙ୍କୁ ସରକାରୀ ଚାକିରି ଦିଆଯିବନି ବୋଲି ଆସାମ ସରକାର ନିୟମ କଲେ ମଧ୍ୟ ମୁସଲିମମାନେ ଅଧିକ ସନ୍ତାନ ଜନ୍ମ କରିବେ। ଏହାକୁ ଅଟକାଇବା ପ୍ରକୃତିର ବିରୋଧୀ। ଆମ ଧର୍ମ ବିଶ୍ୱାସ ଅନୁସାରେ ଯିଏ ଦୂନିଆକୁ ଆସିବାକୁ ଚାହୁଁଛି ତାକୁ ଆସିବାକୁ ଦିଆଯାଉ। ମୁସଲିମମାନଙ୍କୁ ନିଯୁକ୍ତିରୁ ବଞ୍ଚିତ କରିବାକୁ ଆସାମ ସରକାର ଏହି ନିୟମ ଆଣିଛନ୍ତି। ସରକାର ଯାହା ବି ନିୟମ ଆଣନ୍ତୁ ତାହାକୁ ମୁସଲିମମାନେ ମାନିବେ ନାହିଁ। ଆରଏସଏସ ମୁଖ୍ୟ ମୋହନ ଭାଗବତ ହିନ୍ଦୁମାନଙ୍କୁ ୧୦ଟି ସନ୍ତାନ ଜନ୍ମ କରିବାକୁ କହୁଥିବା ବେଳେ ମୁସଲିମମାନଙ୍କ ପ୍ରତି ଅବିଚାର ଠିକ ନୁହେଁ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ଆସାମ ସରକାର ଗତ ୨୧ ତାରିଖରେ ଏକ ନିୟମ ଆଣିଛନ୍ତି ୨୦୨୧, ଜାନୁୟାରୀ ୨ରୁ ଅଧିକ ସନ୍ତାନ ଥିବା ଲୋକମାନଙ୍କୁ ସରକାରୀ ଚାକିରି ଦିଆଯିବ ନାହିଁ।

ମତାମତ ଦିଅନ୍ତୁ ।