ସରକାରୀ ଓ ବେସରକାରୀ ଆମ୍ବୁଲାନ୍ସ ପାଇଁ ହେବ ଗୋଟିଏ ଅନ୍‌ଲାଇନ୍‌ ମନିଟରିଂ ବ୍ୟବସ୍ଥା

ଭୁବନେଶ୍ୱର: ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିମାନଙ୍କର ଜୀବନରକ୍ଷା ନିମନ୍ତେ ସବୁଠାରୁ ସମୟ ପରିଚାଳନାକୁ ଅଧିକ ଦ୍ରୁତ ଓ ପ୍ରଭାବଶାଳୀ କରିବାକୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ ଆଜି ସ୍ଵାସ୍ଥ୍ୟ ବିଭାଗର କାର୍ଯ୍ୟାନ୍ଵୟନ ପ୍ରକ୍ରିୟାର ସମୀକ୍ଷା କରିଛନ୍ତି। ଦୁର୍ଘଟଣାର ପ୍ରଥମ ୪୮ ଘଣ୍ଟା ମଧ୍ୟରେ ସମସ୍ତ ବେସରକାରୀ ଓ ସରକାରୀ ହସ୍ପିଟାଲ୍‌ ବିନାମୂଲ୍ୟରେ ଉଚ୍ଚମାନର ଜୀବନରକ୍ଷାକାରୀ ଚିକିତ୍ସା ଯୋଗାଇବା ନିମନ୍ତେ ଦେଇଛନ୍ତି ନିର୍ଦ୍ଦେଶ। ଏଥିପାଇଁ ଥିବା ସରକାରୀ ନିର୍ଦ୍ଦେଶକୁ କଡାକଡ଼ି ଭାବେ ଲାଗୁ କରିବାକୁ କହିଛନ୍ତି। ରାଜ୍ୟରେ କାର୍ଯ୍ୟରତ ଥିବା ସମସ୍ତ ଘରୋଇ ଓ ସରକାରୀ ଆମ୍ବୁଲାନ୍ସକୁ ଏକ ସାଧାରଣ ‘କଲ୍‌ ସେଣ୍ଟର’ରେ ଅନ୍ତର୍ଭୁକ୍ତ କରିବା ପାଇଁ ମୁଖ୍ୟ ଚିବ ନିର୍ଦ୍ଦେଶ ଦେଇଛନ୍ତି। ଏପରି ହେଲେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିମାନଙ୍କୁ ତୁରନ୍ତ ସେବା ଯୋଗାଇ ଦିଆଯାଇ ପାରିବ।

ବର୍ତ୍ତମାନ ରାଜ୍ୟରେ ପ୍ରାୟ ୧୫୬୨ଟି ଘରୋଇ ଆମ୍ବୁଲାନ୍ସ କାର୍ଯ୍ୟ କରୁଛି। ତନ୍ମଧ୍ୟରୁ ୫୧୨ଟି ୧୦୮ ଆମ୍ବୁଲାନ୍ସ ଓ ୧୯ଟି ଅଗ୍ନିଶ୍ରମ ଆମ୍ବୁଲାନ୍ସ ଜୁରୁରୀକାଳୀନ ସେବାରେ ରହିଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷ ପ୍ରତି ୫୦କି.ମି ରାସ୍ତା ପାଇଁ ଗୋଟିଏ ଆମ୍ବୁଲାନ୍ସର ବ୍ୟବସ୍ଥା କରିଛନ୍ତି। ଆବଶ୍ୟକସ୍ଥଳେ ପୋଲିସ ପଇଁତରା ଗାଡ଼ି ଓ ଅଗ୍ନିଶମ ସେବା ସଂସ୍ଥା ଗାଡ଼ି ମଧ୍ୟ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଜରୁରୀକାଳୀନ ସେବା ଯୋଗାଉଛନ୍ତି। ତେଣୁ ସମସ୍ତ ଆମ୍ବୁଲାନ୍ସରେ ‘ଜି.ପି.ଏସ୍‌.ଟ୍ରାକିଂ’ ମେସିନ୍‌ ଲଗାଇବା ସହ ଗୋଟିଏ ଅନ୍‌ଲାଇନ୍‌ ମନିଟରିଂ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ବୈଠକରେ ସ୍ଥିର ହୋଇଛି।

ମତାମତ ଦିଅନ୍ତୁ ।