Breaking Newsରାଜ୍ୟ

ସରକାରୀ ଚାକିରି ଉପରେ କଟକଣା

ଭୁବନେଶ୍ୱର: ରାଜ୍ୟ ସରକାର କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ନୂଆ ନିଯୁକ୍ତି ଉପରେ କଟକଣା ଲଗାଇଛନ୍ତି। ଆଗାମୀ ଦୁଇ ବର୍ଷ ପର୍ଯ୍ୟନ୍ତ କୌଣସି ବିଭାଗରେ ନୂଆ ନିଯୁକ୍ତି ଦିଆଯିବନି। କେବଳ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ନୂତନ ନିଯୁକ୍ତି ଦିଆଯିବ। ଅର୍ଥ ବିଭାଗ ପକ୍ଷରୁ ଏନେଇ ସବୁ ବିଭାଗକୁ ଚିଠି ଲେଖାଯାଇଛି।

ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା ଆଜି ରାଜ୍ୟ ସରକାରଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ୨ ବର୍ଷ ପର୍ଯ୍ୟନ୍ତ ରାଜ୍ୟର କୌଣସି ବିଭାଗରେ ନୂଆ ନିଯୁକ୍ତି ହେବ ନହିଁ। କେବଳ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ନୂତନ ନିଯୁକ୍ତି ଦିଆଯିବ।

ସେହିପରି କୌଣସି ବିଭାଗ ନୂଆ ଗାଡ଼ି ନ କିଣିବାକୁ ଚିଠିରେ କୁହାଯାଇଥିବା ବେଳେ ସରକାରୀ ଖର୍ଚ୍ଚରେ ଅଫିସରମାନେ ବିଦେଶ ଗସ୍ତ କରିବା ଉପରେ ରୋକ ଲାଗିଛି। ସରକାରୀ ଖର୍ଚ୍ଚରେ ବିଜିନେସ୍ କ୍ଲାସ୍‌ରେ ବିମାନ ଯାତ୍ରା ନ କରିବାକୁ କୁହାଯାଇଛି। ଏଥିସହିତ ସରକାରୀ ଅଧିକାରୀ ପ୍ରଥମ ଶ୍ରେଣୀ ଏସି ଟ୍ରେନ୍‌ରେ ଯାତ୍ରା କରିପାରିବେଣୀ।

ସରକାରୀ ଖର୍ଚ୍ଚରେ ବଡ଼ ହୋଟେଲରେ ମିଟିଂ, ସେମିନାର, ଓ୍ୱାର୍କସପ୍ ଆଦି କରିବା ମଧ୍ୟ ମନ। ଏସବୁ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ କରିବା ପାଇଁ କୁହାଯାଆଇଥିବା ବେଳେ ୩୧ ମାର୍ଚ୍ଚ ୨୦୨୨ ଯାଏଁ ଲିଭ୍ ଟ୍ରାଭେଲ୍ କନସେସନ୍ ବନ୍ଦ କରାଯାଇଛି।

ମତାମତ ଦିଅନ୍ତୁ ।

Back to top button