ସରକାରୀ ଦଳ ଉପମୁଖ୍ୟ ସଚେତକ ବଦଳିଲେ

ଭୁବନେଶ୍ୱର : ସରକାରୀ ଦଳ ଉପମୁଖ୍ୟ ସଚେତକ ପଦରୁ ପ୍ରଣବ ବଳବନ୍ତରାୟଙ୍କୁ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ଉପମୁଖ୍ୟ ସଚେତକ ହୋଇଛନ୍ତି ରୋହିତ ପୂଜାରୀ। ହଠାତ୍ ଏଭଳି ପରିବର୍ତ୍ତନକୁ ନେଇ ପ୍ରଶ୍ନ ଉଠୁଛି। କେତେକ କହୁଛନ୍ତି ଘଙ୍ଗାପାଟଣା ଜମି ପ୍ରସଙ୍ଗରେ ଲୋକଯୁକ୍ତ କ୍ରାଇମବ୍ରାଞ୍ଚକୁ ନୋଟିସ କରିବା ପରେ ଦଳ ସୁପ୍ରିମୋ ପ୍ରଣବଙ୍କୁ ଉପମୁଖ୍ୟ ସଚେତକ ପଦରୁ ହଟାଇଛନ୍ତି। ଅନ୍ୟ କେତେକଙ୍କ ମତ ପ୍ରଣବଙ୍କୁ ସାଙ୍ଗଠନିକ ଦାୟିତ୍ଵ ଦିଆଯିବ। ସମ୍ଭବତ ବିଜୁ ଯୁବ ଜନତା ଦଳର ସଭାପତି କରାଯାଇପାରେ। ତେବେ ପ୍ରକୃତ କଥା କଣ ତାହା ଆଗକୁ ଜଣାପଡିବ।

ମତାମତ ଦିଅନ୍ତୁ ।