ସରକାରୀ ସ୍କୁଲରେ ପଢିଲେ ସରକାରୀ ଚାକିରି

ରାଞ୍ଚି : ଝାଡ଼ଖଣ୍ଡ ରାଜ୍ୟ ସରକାର ଏକ ନୂଆ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ସରକାରୀ ସ୍କୁଲରେ ପଢିଥିଲେ ସରକାରୀ ଚାକିରି ଦିଆଯିବ। ରାଜ୍ୟ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ମନ୍ତ୍ରୀ ଜଗରନାଥ ମାହାତୋ ଏହି ମତ ଦେଇଛନ୍ତି। ସେ କହିଛନ୍ତି ସରକାରୀ ବିଦ୍ୟାଳୟକୁ ଯାଇଥିବା ଛାତ୍ରମାନଙ୍କ ପାଇଁ ସରକାରୀ ଚାକିରି ସଂରକ୍ଷିତ ହେବା ଉଚିତ୍।

ଶ୍ରୀ ମାହାତୋ କହିଛନ୍ତି ମୋର ବିଶ୍ୱାସ ସରକାରୀ ଚାକିରି କେବଳ ସରକାରୀ ବିଦ୍ୟାଳୟରେ ପଢିଥିବା ବ୍ୟକ୍ତିଙ୍କୁ ଦିଆଯିବା ଉଚିତ। ଲୋକଙ୍କ ସମ୍ମତି ପରେ ଏନେଇ ନିଷ୍ପତ୍ତି ନିଆଯିବ। ତାଙ୍କ କହିବା ଅନୁଯାୟୀ ଘରୋଇ ବିଦ୍ୟାଳୟରେ ପଢିଥିବା ପିଲାମାନେ ସରକାରୀ ଚାକିରି ପାଇଁ ଚେଷ୍ଟା କରିବା ଠିକ୍ ନୁହେଁ। ସରକାରୀ ଚାକିରି ପାଇବାକୁ ହେଲେ ସରକାରୀ ବିଦ୍ୟାଳୟକୁ ଯିବାକୁ ପଡିବ। ଝାଡ଼ଖଣ୍ଡରେ ଶିକ୍ଷା ବ୍ୟବସ୍ଥାର ଉନ୍ନତି ପାଇଁ କିଛି କଠୋର ନିଷ୍ପତ୍ତି ନିଆଯିବା ଆବଶ୍ୟକ। ଏହାଛଡା ଶିକ୍ଷକମାନଙ୍କୁ ଅଣ ଶିକ୍ଷାଗତ ଦାୟିତ୍ୱରୁ ମୁକ୍ତ କରିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି। ଯାହାଫଳରେ ସେମାନେ ଶିକ୍ଷାଦାନ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବେ ବୋଲି ସେ କହିଛନ୍ତି |

ମତାମତ ଦିଅନ୍ତୁ ।