ସରକାରୀ ହସ୍ପିଟାଲରେ ପତ୍ନୀଙ୍କ ପ୍ରସବ କରାଇଲେ ମାଲକାନଗିରି ଜିଲ୍ଲାପାଳ

ଭୁବନେଶ୍ଵର : ନବଜାତ ଶିଶୁଙ୍କୁ ଧରି ଟିକଟକ ଭିଡିଓ ଉଠାଇ ଦିନେ ନିଜ ଦାୟିତ୍ବହୀନତାର ପରିଚୟ ଦେଇଥିଲେ ମାଲକାନଗିରି ମେଡିକାଲର ନର୍ସ । ଯାହାକୁ ନେଇ ସାରା ରାଜ୍ୟରେ ବିଶେଷକରି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ୱାସ୍ଥ୍ୟବସ୍ଥାର ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଥିଲା । କିନ୍ତୁ ଜିଲ୍ଲାବାସୀଙ୍କ ଡାକ୍ତରଖାନା ପ୍ରତି ପୁଣି ବିଶ୍ୱାସ ଫେରାଇଆଣିବାକୁ ଏବେ ପ୍ରୟାସ କରିଛନ୍ତି ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ । ନିଜର ପତ୍ନୀଙ୍କୁ ଏହି ମେଡିକାଲରେ ଭର୍ତ୍ତି କରିଥିବାବେଳେ ଏବେ ସନ୍ତାନଟିଏ ପ୍ରସବ ହୋଇଛି । ନିରାପଦରେ ସନ୍ତାନ ପ୍ରସବ ହୋଇଥିବାରୁ ଉଭୟ ଜିଲ୍ଲାପାଳ ଓ ତାଙ୍କ ପତ୍ନୀ ଖୁସି ଥିବାବେଳେ ଜିଲ୍ଲାବାସୀ ବି ମେଡିକାଲ ପ୍ରତି ଥିବା ବିଶ୍ୱାସ ଫେରିପାଇଛନ୍ତି ।

ସାଧାରଣତଃ ଅସ୍ତ୍ରୋପଚାର କିମ୍ବା କୌଣସି ଜଟିଳ ଚିକିତ୍ସା ଆବଶ୍ୟକ ଥିଲେ ସାଧାରଣତଃ ସ୍ଵଛଳ ବର୍ଗର ଲୋକେ ଅଧିକ ଯତ୍ନ ମିଳିବ ବୋଲି ଚିନ୍ତା କରି ଘରୋଇ ଡାକ୍ତରଖାନା ଉପରେ ନିର୍ଭର କରିଥାନ୍ତି । ତେବେ ଜିଲ୍ଲାପାଳ ମନୀଷ ଅଗ୍ରୱାଲ କହିଛନ୍ତି ଯେ ମାଲକାନଗିରି ମେଡିକାଲରେ ତାଙ୍କ ପତ୍ନୀଙ୍କର ସୁରକ୍ଷିତ ପ୍ରସବ ହେବାର ତାଙ୍କୁ ଭରସା ଥିଲା । ସେଥିପାଇଁ ସେ ଏହି ମେଡିକାଲରେ ପ୍ରସବ କରାଇବାକୁ ମନସ୍ଥ କରିଥିଲେ ।

ମତାମତ ଦିଅନ୍ତୁ ।