ସରାଙ୍ଗ ଆଇଜିଆଇଟି ଛାତ୍ରଙ୍କ ମଧ୍ୟରେ ସଂଘର୍ଷ

ଭୁବନେଶ୍ଵର : ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ସରାଙ୍ଗ ଆଇଜିଆଇଟି କଲେଜରେ ଗତକାଲି ବିଳମ୍ବିତ ରାତ୍ରୀରେ ଦୁଇ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ସଂର୍ଘଷ ଘଟିଛି। ଏହି ଘଟଣାରେ ପାଞ୍ଚଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା ପାଇଁ ତାଳଚେର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

କବର ଅନୁଯାୟୀ ଗୁରୁବାର ସନ୍ଧ୍ୟାରେ ବିଟେକ୍‌ ଦ୍ୱିତୀୟ ବାର୍ଷିକ ଓ ତୃତୀୟ ବାର୍ଷିକର କେତେକ ଛାତ୍ରଙ୍କ ମଧ୍ୟରେ ବିବାଦ ହୋଇଥିଲା। ଏହାର ସମାଧାନ ପାଇଁ କିଛି ଚତୁର୍ଥ ବାର୍ଷିକ ଛାତ୍ର ତୃତୀୟ ବାର୍ଷିକ ଛାତ୍ରମାନଙ୍କୁ ବୁଝାଶୁଝା କରିବାକୁ ଯାଇ ବିଫଳ ହୋଇଥିଲେ। ବିଳମ୍ବିତ ରାତ୍ରୀରେ ଦ୍ୱିତୀୟ ଓ ଚତୁର୍ଥ ବାର୍ଷିକ ଛାତ୍ର ତୃତୀୟ ବାର୍ଷିକ ଛାତ୍ର ରହୁଥିବା ଭାସ୍କର ଭବନ ଛାତ୍ରାବାସରେ ପ୍ରବେଶ କରି ଭଙ୍ଗାରୁଜା ଆରମ୍ଭ କରିବାରୁ ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷର ସୂତ୍ରପାତ ହୋଇଥିବା ଜଣାପଡିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଭୟ ଛାତ୍ରଗୋଷ୍ଠୀର ଛାତ୍ରଙ୍କ ସହିତ ବସାଇ ଆଲୋଚନା କରୁଛି।

ମତାମତ ଦିଅନ୍ତୁ ।