ସରୋଜ ଖାନଙ୍କ ପରଲୋକ

ମୁମ୍ବାଇ : ବଲିଉଡର ଜଣାଶୁଣା କୋରିଓଗ୍ରାଫର ସରୋଜ ଖାନଙ୍କର ହୃଦଘାତ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ସେ ଗତ କିଛି ଦିନ ହେବ ଅସୁସ୍ଥ ହୋଇ ମୁମ୍ବାଇର ବାନ୍ଦ୍ରା ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଗୁରୁବାର ବିଳମ୍ବିତ ରାତିରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିଵା ସହ ଶୁକ୍ରବାର ଦିନ ତାଙ୍କର ଦେହାନ୍ତ ହୋଇଛି। କିଛି ଦିନ ପୂର୍ବରୁ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା ଯାହା ନେଗେଟିଭ ଆସିଥିଲା। 

ଚାରି ଦଶନ୍ଧିରୁ ଅଧିକ ସମୟର କ୍ୟାରିଅରରେ ସରୋଜ ଖାନଙ୍କୁ ୨ ହଜାରରୁ ଅଧିକ ଗୀତରେ  କୋରିଓଗ୍ରାଫି କରିଛନ୍ତି। ୨୨ ନଭେମ୍ବର ୧୯୪୮ରେ ଜନ୍ମଗ୍ରହଣ କରିଥିଲେ ସରୋଜ ଖାନ। ସେ ବଲିଉଡରେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ। ସରୋଜ ଖାନ୍ ତାଙ୍କ କ୍ୟାରିୟରରେ ଅନେକ ପ୍ରସିଦ୍ଧ ଗୀତ କୋରିଓଗ୍ରାଫି କରିଛନ୍ତି । ସେ ‘ଦେବଦାସ’ର ଡୋଲା ରେ ଡୋଲା…, ମାଧୁରୀ ଦୀକ୍ଷିତଙ୍କ ଅଭିନୀତ ‘ତେଜାବ’ ଚଳଚ୍ଚିତ୍ର ଗୀତ ଏକ ଦୋ ତିନ୍… ଏବଂ ‘ଜବ୍ ୱି ମେଟ୍’ ଫିଲ୍ମର ୟେ ଇସ୍କ ହାୟେ… ଭଳି ଗୀତର କୋରିଓଗ୍ରାଫି କରିଛନ୍ତି । ତାଙ୍କର ଶେଷ ଚଳଚ୍ଚିତ୍ର ଥିଲା ‘କଳଙ୍କ’। ସେ ୩ ଥର ଜାତୀୟ ପୁରସ୍କାର ମଧ୍ୟ ପାଇଛନ୍ତି ।

ମତାମତ ଦିଅନ୍ତୁ ।