ସର୍ବସାଧାରଣରେ ଚୁମ୍ବନ ପାଇଁ ଜରିମାନା

ନୂଆଦିଲ୍ଲୀ : ‘ଶାଳୀନତା’ ଉଲ୍ଲଂଘନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ। ଚିପା ପୋଷାକ ପରିଧାନ ଓ ସର୍ବସାଧାରଣରେ ଚୁମ୍ବନ ପାଇଁ ଦେବାକୁ ପଡିବ ଜରିମାନା। ସାଉଦି ଆରବ ସରକାର ଏହି ଘୋଷଣା କରିଛନ୍ତି। ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଦେଶକୁ ନିମନ୍ତ୍ରଣ କରିବାର ଗୋଟିଏ ଦିନ ପରେ ସାଉଦି ସରକାର ନେଇଛନ୍ତି ଏହି ନିଷ୍ପତ୍ତି। ସରକାରଙ୍କ ପକ୍ଷରୁ ଏଭଳି ୧୯ଟି ଅପରାଧର ତାଲିକା କରାଯାଇଥିଲେ ମଧ୍ୟ ଦଣ୍ଡ ବାବଦରେ କିଛି କୁହାଯାଇନି।

ଏହି ଦେଶର ଅର୍ଥନୀତି ମୁଖ୍ୟତଃ ତୈଳ ଉପରେ ନିର୍ଭର କରୁଥିଲା। ବର୍ତ୍ତମାନ ଦେଶର ଅର୍ଥନୀତିକୁ ସଜାଡ଼ିବା ପାଇଁ  ପର୍ଯ୍ୟଟନକୁ ଗୁରୁତ୍ୱ ଦିଆଯାଉଛି। ପର୍ଯ୍ୟଟକଙ୍କୁ ଆକର୍ଷଣ କରିବା ପାଇଁ ସରକାର ଏପରି ନିୟମ ଲାଗୁ କରାଇଛନ୍ତି। ଏକ ବିବୃତିରେ କୁହାଯାଇଛି, ନୂଆ ନିୟମ ଅନୁଯାୟୀ ଉଭୟ ମହିଳା ଓ ପୁରୁଷ ଶାଳୀନତାର ସହ ପୋଷାକ ପିନ୍ଧନ୍ତୁ। ସର୍ବସାଧାରଣରେ ପ୍ରେମ ସାବ୍ୟସ୍ତ କରିବାରୁ ନିବୃତ ରୁହନ୍ତୁ। ପର୍ଯ୍ୟଟକ ଓ ପରିଦର୍ଶକମାନେ ନିଜ ବ୍ୟବହର ପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଥିବା ବେଳେ ୪୯ଟି ରାଷ୍ଟ୍ର ନାଗରିକଙ୍କୁ ଇ-ଭିସା ଓ ଭିସା ଅନ୍‌ ଆରାଇଭାଲର ସୁବିଧା ଦିଆଯାଇଛି।

ମତାମତ ଦିଅନ୍ତୁ ।