ସର୍ବସାଧାରଣରେ ଧୂମପାନ କଲେ ଏକ ହଜାର ଜରିମାନା

ଏଣିକି ସର୍ବସାଧାରଣ ସ୍ଥାନରେ ଧୁମପାନ କଲେ ଏକ ହଜାର ଟଙ୍କା ଜରିମାନା ଦେବାକୁ ପଡିବ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସର୍ବସାଧାରଣରେ ଧୁମପାନ ନିଷେଧ କରିବା ପାଇଁ କୋଟପା ଆକ୍ଟରେ ପରିବର୍ତ୍ତନ ଆଣିବା ପାଇଁ ସରକାର ପ୍ରସ୍ତୁତି ଚଳାଇଛନ୍ତି। ପୂର୍ବରୁ କୋଟପା ଆକ୍ଟ ଅନୁଯାୟୀ ସର୍ବସାଧାରଣରେ ଧୁମପାନ କରି ଧରାପଡ଼ିଲେ ୨୦୦ଟଙ୍କା ଜରିମାନା ଦେବାର ନିୟମ ରହିଥିଲା। ଆକ୍ଟରେ ପରିବର୍ତ୍ତନ ହେଲେ ଜରିମାନାର ରାଶି ୧୦୦୦ ଟଙ୍କାରୁ ଅଧିକ ହେବ।

କେବଳ ସେତିକି ନୁହେଁ, ନାବାଳକ କିମ୍ବା ନାବାଳିକାଙ୍କୁ ତମାଖୁ ଉତ୍ପାଦନ ଏବଂ ବିକ୍ରି କାମରେ ନିଯୋଜିତ କଲେ ବ୍ୟବସାୟୀଙ୍କୁ ଦେବାକୁ ହେବ ମୋଟା ଅଙ୍କର ଜରିମାନା। ସେହିପରି ଶିକ୍ଷାନୁଷ୍ଠାନ ପାଖରେ ତମାଖୁ ଜାତୀୟ ସାମଗ୍ରୀ ବିକ୍ରି କଲେ ଜରିମାନା ଦେବାକୁ ହେବ। ସ୍କୁଲ କିମ୍ବା କଲେଜ୍‌ ପରିସରର ୧୦୦ ମିଟର ଦୂରତା ଭିତରେ ତମାଖୁ ସାମଗ୍ରୀ ବିକ୍ରି କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ମତାମତ ଦିଅନ୍ତୁ ।