ସଲମାନ୍ ଙ୍କୁ ବାହା ହେବେ ଏଇ ନାୟିକା !

ମୁମ୍ବାଇ: ବଲିଉଡ ନାୟିକା ଜରିନ୍‌ ଖାନ୍‌ ସଲମାନ୍ ଖାନଙ୍କୁ ବାହା ହେବାକୁ ଚାହାଁନ୍ତି କହି ଚର୍ଚ୍ଚାରେ ରହିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି ଏଇ କଥା। ତାଙ୍କୁ ପଚରାଯାଇଥିଲା କେଉଁ ଗୁଜବ କରାଗଲେ ଖୁସି ହେବେ। ଜରିନ୍‌ କହିଲେ ସଲମାନ୍ ଖାନ୍ ତାଙ୍କୁ ବାହା ହେଉଛନ୍ତି ବୋଲି ଗୁଜବ ଉଠିଲେ ସେ ସବୁଠାରୁ ଅଧିକ ଆନନ୍ଦିତ ହେବେ। କବଳ ସେତିକି ନୁହେଁ ସଲମାନ୍ ଖାନଙ୍କ ସହ ହୁକଅପ୍ କରିବାକୁ ଚାହାଁନ୍ତି ବୋଲି ମଧ୍ୟ କହିଥିଲେ ଜରିନ୍‌। ସୂଚନାଯୋଗ୍ୟ ସଲମାନ୍‌ ଖାନଙ୍କ ବିପକ୍ଷରେ ‘ବୀର୍‌’ ଫିଲ୍ମରେ ଜରିନ୍‌ ନାୟିକା ସାଜି ବଲିଉଡରେ ଡେବ୍ୟୁ କରିଥିଲେ। ତା’ପରେ ସଲମାନଙ୍କ ଅଭିନୀତ ଫିଲ୍ମ ‘ରେଡି’ରେ ଆଇଟମ୍‌ ଗୀତରେ ବି ନଜର ଆସିଥିଲେ। ‘ଅକସର-୨’ରେ ବୋଲ୍‌ଡ ସିନ୍‌ ଦେଇ ଢେର ଚର୍ଚ୍ଚା ସାଉଁଟିଥିଲେ ଜରିନ୍‌।

ମତାମତ ଦିଅନ୍ତୁ ।