ସାଢେ ୯ କ୍ୱିଣ୍ଟାଲ ଗଂଜେଇ ଓ ଗାଡି ଜବତ କଳା ପୋଲିସ

ଭୁବନେଶ୍ଵର : କନ୍ଧମାଳ ବାଲନ୍ଦାପଡାରୁ ବୌଦ୍ଧ କଣ୍ଟାମାଳକୁ ଚାଲାଣ ହେଉଥିବା ସାଢେ ୮ କ୍ୱିଣ୍ଟାଲ ଗଂଜେଇ ଓ ଗାଡିକୁ ପୋଲିସ ଜବତ କରିଛି । କିନ୍ତୁ ଡ୍ରାଇଭର ଓ ଗଂଜେଇ ମାଫିଆ ଖସିଯାଇଛନ୍ତି।

ରବିବାର ଏକ ବୋଲେରୋ ଭ୍ୟାନରେ ବିପୁଳ ପରିମାଣର ଗଂଜେଇ ବାଲନ୍ଦାପଡା ଅଞ୍ଚଳରୁ ବୌଦ୍ଧ କଣ୍ଟାମାଳ ଚାଲାଣ ହେଉଥିବା ପୋଲିସକୁ ଖବର ମିଳିଥିଲା। ଏସପି ପ୍ରତୀକ ଗୀତା ସିଂଙ୍କ ନିର୍ଦ୍ଦେଶକ୍ରମେ ଗୋଛାପଡା ଥାନାଧିକାରୀ ନେତୃତ୍ତ୍ୱରେ ଏକ ଟିମ ପାହିରାଜୁ ରାସ୍ତା ନିକଟରେ ଛକି ବସିଥିଲେ। ଦୂରରୁ ଏହାଦେଖି ଓହ୍ଲାଇ ଡ୍ରାଇଭର ଓ ଜଣେ ମାଫିଆ ଗାଡିଛାଡି ଜଙ୍ଗଲକୁ ପଳାଇ ଯାଇଥିଲେ। ଯାଞ୍ଚ ବେଳେ ସେଥିରେ ବିପୁଳ ପରିମାଣରେ ଗଂଜେଇ ଥିବା ଜଣା ପଡିଥିଲା। ଏ ନେଇ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି।

ମତାମତ ଦିଅନ୍ତୁ ।