ସାବେରୀରେ ଡଙ୍ଗା ବୁଡ଼ି ୩ ନିଖୋଜ

ଭୁବନେଶ୍ଵର : ମାଲକାନଗିରି ଜିଲ୍ଲା ସାବେରୀ ନଦୀରେ ଡଙ୍ଗା ବୁଡ଼ିବାରୁ ୩ ଜଣ ନିଖୋଜ ହୋଇଛନ୍ତି। ସେମାନଙ୍କ ଘର ପଡ଼ିଆ ବ୍ଲକ୍‌ ‌ଅନ୍ତର୍ଗତ କୁମ୍ଭାରଗୁଡ଼ା ଗାଁରେ।

ଗତକାଲି ଅପରାହ୍ଣରେ କୁମ୍ଭାରଗୁଡ଼ା ଗାଁର ରାଜା କାବାସୀଙ୍କ ଦୁଇ ଝିଅ ମଲିକା କବସୀ, ଦିନେ କବାସୀ ଓ ଜଣେ ସ୍ଥାନୀୟ ଯୁବକ ଏକ ଦେଶୀ ଡଙ୍ଗାରେ ସାବେରୀ ନଦୀରେ ଆସୁଥିଲେ। ମଝି ନଦୀରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ସେମାନେ ୩ଜଣ ନିଖୋଜ ହୋଇଯାଇଛନ୍ତି। ଖବର ପାଇ ସ୍ଥାନୀୟ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ। ରାତି ହୋଇଯିବାରୁ ସନ୍ଧାନ କାର୍ଯ୍ୟ ବନ୍ଦ ରହିଥିଲା। ଆଜି ସକାଳୁ ପୁଣି ଅପରେସନ୍‌ ଆରମ୍ଭ ହୋଇଛି।

ମତାମତ ଦିଅନ୍ତୁ ।