ସାମରିକ କାର୍ଯ୍ୟାନୁଷ୍ଠାନରେ ମରିଛନ୍ତି ୩୪୨ ବିଦ୍ରୋହୀ : ତୁର୍କୀ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ : ଉତ୍ତର ସିରିଆରେ ସକ୍ରିୟ ଥିବା କୁର୍ଦିସ୍ତାନ ଓ୍ଵାର୍କର୍ସ ପାର୍ଟି ବିରୋଧରେ ତୁର୍କୀ ଚଳାଇଛି ଆକ୍ରମଣ। ଗତ ଶନିବାରଠାରୁ ଆରମ୍ଭ ହୋଇଥିବା ସାମରିକ କାର୍ଯ୍ୟାନୁଷ୍ଠାନରେ ପ୍ରାୟ ୩୪୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀ ଶିବିର ଗୁଡ଼ିକୁ ଧ୍ୱଂସ କରିବା ଏହି ସାମରିକ କାର୍ଯ୍ୟାନୁଷ୍ଠାନର ଲକ୍ଷ୍ୟ ବୋଲି କହିଛନ୍ତି ତୁର୍କୀ ପ୍ରତିରକ୍ଷା ମନ୍ତ୍ରୀ ହୁଲୁସି ଅକାର।

ସିରିଆ ଉପରେ ତୁର୍କିର ଆକ୍ରମଣକୁ ନେଇ ସମଗ୍ର ବିଶ୍ୱରେ ବିରୋଧ ପ୍ରକାଶ ପାଇଛି। ୟୁରୋପୀୟ ସଂଘ ଓ ଆମେରିକା ଆଦି ବିରୋଧ କରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଏହି କାର୍ଯ୍ୟପାଇଁ ତୁର୍କୀକୁ ବହୁମୂଲ୍ୟ ଦେବାକୁ ପଡିବ। ସେହିପରି ୟୁରୋପୀୟ ଦେଶ ନରେଓ୍ଵ ତୁର୍କୀକୁ ପ୍ରତିରକ୍ଷା ଉପକରଣ ରପ୍ତାନି ବନ୍ଦ କରିଛି। ଅନ୍ୟପକ୍ଷରେ ତୁର୍କୀ ଧମକ ଦେଇଛି ଯଦି ଆକ୍ରମଣକୁ ୟୁରୋପୀୟ ସଂଘ ବିରୋଧ କରେ ତେବେ ୟୁରୋପକୁ ଲକ୍ଷ ଲକ୍ଷ ସିରିଆ ଶରଣାର୍ଥୀଙ୍କୁ ପଠାଇବ।

ମତାମତ ଦିଅନ୍ତୁ ।