ସାରଥୀ ଭକ୍ତଙ୍କ ସଂକୀର୍ତ୍ତନକୁ ସ୍ଥାନୀୟ ଲୋକଙ୍କ ବିରୋଧ

ଭୁବନେଶ୍ଵର : ୮ ଅଗଷ୍ଟ ୨୦୧୫ରେ ସାରଥୀ ବାବା ଗିରଫ  ହୋଇଥିଲେ । ତେବେ ସାରଥୀଙ୍କ ବିରୋଧରେ ୩ଟି ମାମଲା  ଥିବା ବେଳେ ୨ଟିରେ ଜାମିନ ମିଳିଛି । ଆଉ ଗୋଟିଏ ମାମଲା ଥିବାରୁ ଖୁବ ଶୀଘ୍ର ସାରଥୀ ଜେଲରୁ ମୁକୁଳିବେ ବୋଲି ଭକ୍ତମାନେ ପୂଜାର୍ଚ୍ଚନା ଆରମ୍ଭ କରିଦେଇଛନ୍ତି । ବାଲେଶ୍ବର ଜିଲ୍ଲା ଜାମୁଝାଡିଠାରେ ସମର୍ଥକମାନେ ପୂଜାର୍ଚ୍ଚନା କରୁଥିବା ବେଳେ ଏହାକୁ ସ୍ଥାନୀୟ ଲୋକେ ବିରୋଧ କରିବା ସହ ପୋଲିସକୁ ଖବର ଦେଇଥିଲେ ।

ଗତକାଲି ବାଲେଶ୍ୱର ସୋର ନିକଟ ଜାମୁଝାଡିରେ ସାରଥୀ ଭକ୍ତମାନେ ଏକାଠି ହୋଇ ସଂକୀର୍ତ୍ତନ କରିଛନ୍ତି । ସୂଚନା ଅନୁସାରେ ୮ରୁ ୧୦ଟି ଗାଡିରେ କେନ୍ଦ୍ରାପଡା, ବାଲେଶ୍ୱର, ଜଗତସିଂହପୁର ଜିଲ୍ଲାରୁ ବହୁ ଭକ୍ତ ଆସି ଏଠାରେ ଏକାଠି ହୋଇଥିଲେ । ସମସ୍ତ ସମର୍ଥକ ଏକାଠି ହେଲା ପରେ ଜାମୁଝାଡି ତାରିଣୀ ମନ୍ଦିର ଯାଏଁ ଏକ ବିଶାଳ ଶୋଭାଯାତ୍ରା କରିଥିଲେ । ସାରଥୀଙ୍କ ଫଟୋ ଧରି ଶୋଭାଯାତ୍ରାରେ ବାହାରିଥିଲେ ସମର୍ଥକ । ତେବେ ତାରିଣୀ ମନ୍ଦିର ପାଖରେ ପହଞ୍ଚିବା ପରେ ସେଠାରେ ଭକ୍ତମାନେ ସାରଥୀକୁ ଭଗବାନ ପରି ପୂଜାର୍ଚ୍ଚନା କରିବା ଆରମ୍ଭ କରିଦେଇଥିଲେ । ଏହି ଘଟଣାକୁ ସ୍ଥାନୀୟ ଅଧିବାସୀ ବିରୋଧ କରିବା ସହ ପୋଲିସକୁ ଡକାଇଥିଲେ।

ମତାମତ ଦିଅନ୍ତୁ ।