ସାରା-କାର୍ତ୍ତିକଙ୍କ ପ୍ରେମ ସଂପର୍କ ଭାଙ୍ଗିଲା

ମୁମ୍ବାଇ : ବଲିଉଡ୍‌ରେ ପ୍ରେମ ଓ ବିଚ୍ଛେଦ ଖବର ନୂଆ ନୁହେଁ। ସବୁବେଳେ କାହାକୁ ନା କାହାକୁ ନେଇ ଚର୍ଚ୍ଚା ଚାଲେ। ଏହାକୁ ଗୁଜବ ବି କୁହାଯାଏ। ଅନେକ ପ୍ରେମୀ ଯୁଗଳଙ୍କୁ ଦେଖାଯାଇଛି। କିନ୍ତୁ ଏହି ଚର୍ଚ୍ଚା ଭିତରେ କିଛି ଯୋଡ଼ି ବିବାହ ବନ୍ଧନରେ ବାନ୍ଧି ହୁଅନ୍ତି। ଆଉ କେତେକଙ୍କର ହୁଏ ବିବାହ ବିଚ୍ଛେଦ। ଠିକ ସେହିପରି ଏବେ ଚର୍ଚ୍ଚାରେ ରହିଥିବା ସାରା-କାର୍ତ୍ତିକଙ୍କ ଯୋଡ଼ି ଭାଙ୍ଗି ଯାଇଥିବା କୁହାଯାଉଛି।

ବଲିଉଡ୍‌ ଖବର ଅନୁଯାୟୀ ଅଭିନେତ୍ରୀ ସାରା ଆଲ୍ଲୀ ଖାନ୍‌ ନିଜ ବାପାଙ୍କ ସହ କଫି ଉଇଥ୍‌ କରଣକୁ ଆସିବା ପରେ ସେ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କୁ ଡେଟ୍‌ କରିବାକୁ ଚାହୁଁଥିବା କଥା କହିଥିଲେ। ଯାହା ପରେ ଦୁହିଁଙ୍କ ସଂପର୍କକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ପରେ ପରେ ଦୁହିଁଙ୍କୁ ଫିଲ୍ମ ଲଭ୍‌ ଆଜ କଲରେ ସାଥୀରେ କାମ କରିବାର ସୁଯୋଗ ମିଳିବାରୁ ଦୁହିଁଙ୍କ ମଧ୍ୟରେ ନିବିଡ଼ତା ବଢ଼ିଥିଲା। ଅନେକ ସମୟରେ ଦୁହେଁ ସାଥୀରେ ନଜର ଆସିବା ସହ ଏକା ସାଙ୍ଗରେ ଫଟୋ ଅପ୍‌ଲୋଡ୍‌ କରିବା ଆରମ୍ଭ କରିଥିଲେ। ଦୁହେଁ ବଲିଉଡ୍‌ର ନୂଆ ପ୍ରେମୀଯୁଗଳ ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ଦୁହେଁ ପରସ୍ପରଠାରୁ ଅଲଗା ହୋଇ ଯାଇଥିବା ଜଣାପଡ଼ିଛି। ନିଜ ନିଜର ବଲିଉଡ୍‌ ପ୍ରୋଜେକ୍ଟକୁ ନେଇ ଦୁହେଁ ବ୍ୟସ୍ତ ରହୁଥିବାରୁ ପରସ୍ପରକୁ ସମୟ ଦେଇ ପାରୁ ନାହାନ୍ତି। ଯାହା ପରେ ସେ ପରସ୍ପରଠାରୁ ଅଲଗା ହୋଇଯାଇଥିବା ଚର୍ଚ୍ଚା ହେଉଛି।

ମତାମତ ଦିଅନ୍ତୁ ।