ସାର ଦୋକାନ ଉପରେ ଚଢ଼ଉ, ୩ ଦୋକାନ ସିଲ

ନବରଙ୍ଗପୁର: ଉମରକୋଟର ମୁର୍ତ୍ତୁମା ଓ ରାଇଘର ଅଞ୍ଚଳରେ କୃଷି ବିଭାଗ ପକ୍ଷରୁ ବିଭିନ୍ନ ସାର ଦୋକାନ ଉପରେ ଚଢ଼ଉ କରାଯାଇଛି। ଏଥିସହ ରାଇଘରର ୩ଟି ସାର ଦୋକାନ କରାଯାଇଛି ସିଲ। ନବରଙ୍ଗପୁର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ ନେତୃତ୍ଵରେ ଏକ ସ୍ଵତନ୍ତ୍ର ଟିମ୍ ଆଜି ଜିଲ୍ଲାର ରାଇଘର, ଝରିଗାଁ ଓ ଉମରକୋଟ ବ୍ଲକର ବିଭିନ୍ନ ଅଞ୍ଚଳରେ ଥିବା ସାର ଦୋକାନଗୁଡ଼ିକ ଉପରେ ଅଚାନକ ଚଢ଼ଉ କରଯାଇଥିଲା।

ଏହି ଚଢଉ ସମୟରେ ବିଭିନ୍ନ କାଗଜ ପତ୍ର ଯାଞ୍ଚ ସହିତ ଚାଷୀଙ୍କୁ ଡାକି ସାରର ଦାମ ସମ୍ପର୍କରେ ପଚାରି ବୁଝିଥିଲେ । କିଛି ସ୍ଥାନରେ ଦୋକାନୀ ଚାଷୀଙ୍କୁ ଅଧିକ ଦାମରେ ସାର ବିକ୍ରି କରୁଥିବା ନେଇ ଅଭିଯୋଗ ହେବା ପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଏଭଳି ଚଢ଼ଉ କରିଥିଲେ।

ମତାମତ ଦିଅନ୍ତୁ ।