ସାହସ ଥିଲେ ବିରୋଧିଦଳ କଶ୍ମୀରରେ ପୁଣି ୩୭୦ ଧାରା ଲାଗୁ କରନ୍ତୁ-ମୋଦୀ

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରରେ ଧାରା ୩୭୦ ଓ ଧାରା ୩୫-କ ପ୍ରତ୍ୟାହାରକୁ ବିରୋଧ କରୁଥିବା ରାଜନୈତିକ ଦଳମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଜମ୍ମୁ-କଶ୍ମୀର କେବଳ ଏକ ଭୂଖଣ୍ଡ ନୁହେଁ, ଏହା ଭାରତର ମୁକୁଟ। ଯେଉଁମାନେ ସରକାରଙ୍କ ନିଷ୍ପତ୍ତିର ବିରୋଧ କରୁଛନ୍ତି ସେମାନେ ପୁଣି ଥରେ ଏହାକୁ ଲାଗୁକରି ଦେଖାନ୍ତୁ।
ପ୍ରଧାନମନ୍ତ୍ରୀ ମୋଦୀ ଆଜି ମହାରାଷ୍ଟ୍ରର ଜଲଗାଁଓ ଠାରେ ବିଜେପି ପାଇଁ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି କେତେକ ରାଜନୈତିକ ଦଳଙ୍କ ଦ୍ୱାରା ଧାରା ୩୭୦ ପ୍ରତ୍ୟାହାରକୁ ବିରୋଧ କରାଯିବା ଦୁର୍ଭାଗ୍ୟଜନକ। ଯେଉଁମାନେ ବିରୋଧ କରୁଛନ୍ତି ସେମାନେ ଏହାକୁ ପୁଣି ଲାଗୁ କରାଯିବ ବୋଲି ନିଜ ନିର୍ବାଚନୀ ଇସ୍ତାହାରରେ ଘୋଷଣା କରନ୍ତୁ ବୋଲି ସେ କରିଛନ୍ତି।

ମତାମତ ଦିଅନ୍ତୁ ।