Breaking Newsଦେଶ-ବିଦେଶ

ସିବିଆଇ ଜାଲରେ ପଞ୍ଜାବ ବାସମତୀ ରାଇସ୍ ଲିମିଟେଡର ନିର୍ଦ୍ଦେଶକ

ନୂଆଦିଲ୍ଲୀ: ବ୍ୟାଙ୍କ ଋଣ ଠକି ବିଦେଶ ପଳାଇଥିବା ପଞ୍ଜାବ ବାସମତୀ ରାଇସ୍‌ ଲିମିଟେଡର ନିର୍ଦ୍ଦେଶକ ମଞ୍ଜିତ ସିଂ ମଖନୀ ଶେଷରେ ସିବିଆଇ ଜାଲରେ ଫଶିଛନ୍ତି। ସେ ୨୦୧୮ ମସିହାରେ ଭାରତ ଛାଡିଥିଲେ। ସେପ୍ଟେମ୍ବର ୨୦୧୮ରେ ତାଙ୍କର ପାସପୋର୍ଟ ରଦ୍ଦ କରାଯାଇଥିଲା। ତେବେ ସେ କାନାଡାରେ ଆତ୍ମଗୋପନ କରିଥିବା ଏବେ ସିବିଆକୁ ସୂଚନା ମିଳିଛି। କ୍ୟାନାରେ ବ୍ୟାଙ୍କ ନେତୃତ୍ୱରେ ୬ ବ୍ୟାଙ୍କ କନସୋର୍ଟିୟମକୁ ମଞ୍ଜିତ ୩୫୨ କୋଟି ଟଙ୍କା ଠକିଥିବା ଗତ ଜୁନ୍‌ ୧ ତାରିଖରେ ସିବିଆଇରେ ଅଭିଯୋଗ ହୋଇଥିଲା।

ସିବିଆଇ ମଞ୍ଜିତ୍ ତାଙ୍କ ପୁଅ କୁଲବିନ୍ଦର ସିଂ ମଖନୀ, ବୋହୂ ଜସମିତ କୌରଙ୍କ ବିରୋଧରେ ଏତଲା ରୁଜୁ କରିଛନ୍ତି। ଏହି ବିପୁଳ ବ୍ୟାଙ୍କ ଋଣ ଠକେଇରେ କିଛି ସରକାରୀ କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି। ତେବେ ମଞ୍ଜିତଙ୍କ ପରିବାର ସହ ସମାନେ ମଧ୍ୟ ଫେରାର ହୋଇଯାଇଛନ୍ତି। ବ୍ୟାଙ୍କ ଋଣ ଠକେଇ ନେଇ ବ୍ୟାଙ୍କମାନଙ୍କର କନସୋର୍ଟିୟମ ଆରବିଆଇଙ୍କୁ ସୂଚିତ କରିବାର ପ୍ରାୟ ୧ ବର୍ଷ ପରେ ସିବିଆଇଙ୍କ ଦ୍ୱାରସ୍ଥ ହୋଇଥିଲେ।

ମତାମତ ଦିଅନ୍ତୁ ।

Back to top button