ସିଲିଣ୍ଡର ବସ୍ଫୋରଣରେ କୋଠା ଭାଙ୍ଗି ୧୦ ମୃତ

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ମାଉ ଜିଲ୍ଲା ଅନ୍ତର୍ଗତ ମହମ୍ମଦାବାଦ ଠାରେ ଆଜି ସିଲିଣ୍ଡର୍‌ ବିସ୍ଫୋରଣ ଯୋଗୁଁ ଗୋଟାଏ ଦୁଇତାଲା କୋଠା ଭାଙ୍ଗି ଯାଇଛି। ଏହି ଦୁର୍ଘଟଣାରେ ୧୦ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଭଗ୍ନସ୍ତପ ତଳେ କେତେ ଜଣ ପୋତିହୋଇ ଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି।

ମତାମତ ଦିଅନ୍ତୁ ।