ସିସିଟିଭି ଫୁଟେଜ୍ ପଟ୍ଟାମୁଣ୍ଡାଇ ହାଜତ ମୃତ୍ୟୁର ଭିନ୍ନ ସନ୍ଦେଶ ଦେଉଛି

ଭୁବନେଶ୍ଵର : କେନ୍ଦ୍ରପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ହାଜତରେ ଚୋରା ମଦ ବ୍ୟବସାୟୀ ସୁଶାନ୍ତ ବେହେରାଙ୍କର ଗତ ୯ତାରିଖରେ ମୃତ୍ୟୁ ଘଟିଥିଲା। ପରିବାର ଲୋକେ ଏହିପାଇଁ ପୋଲିସକୁ ଦାୟୀ କରିଥିଲେ। କିନ୍ତୁ ପୋଲିସ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇଥିଲା। ଏବେ ସିସିଟିଭି ଫୁଟେଜ୍ ଭିନ୍ନ ସନ୍ଦେଶ ଦେଉଛି। ସ୍ପଷ୍ଟ ସୂଚନା ମିଳୁଛି ସୁଶାନ୍ତର ଥାନା ହାଜତରେ ମୃତ୍ୟୁ ହୋଇଛି। ଡାକ୍ତରଖାନା ନେବା ବାଟରେ ମୃତ୍ୟୁ ହୋଇଥିବା ପୋଲିସ ଯେଉଁ ସଫେଇ ଦେଉଛି ସେଥିରେ ସତ୍ୟତା ଥିବା ପରି ମନେ ହେଉନି।

ସୂଚନା ଯୋଗ୍ୟ ଯେ ଗତ ୧୯ତାରିଖରେ ଅରଡପଲି ଗାଁର ସୁଶାନ୍ତ ବେହେରାଙ୍କୁ ଚୋରା ମଦ ବ୍ୟବସାୟ ଅଭିଯୋଗରେ ତାଙ୍କ ଘରୁ ଉଠାଇଆଣିଥିଲେ ପଟ୍ଟାମୁଣ୍ଡାଇ ଥାନା ଏଏସଆଇ ପବିତ୍ର ବେହେରା। ହାଜତରେ ସୁଶାନ୍ତର ମୃତ୍ୟୁ ହୋଇଥିଲା। ପରିବାର ଲୋକେ ଅଭିଯୋଗ କାଲେ ସୁଶାନ୍ତଙ୍କୁ ପୋଲିସ ଥାନାରେ ପିଟି ପିଟି ମାରିଦେଇଛି। ପରେ ଥାନାରେ ସ୍ଥାନୀୟ ଲୋକ ହଙ୍ଗାମା କରିଥିଲେ। ସ୍ଥାନୀୟ ଅଞ୍ଚଳରେ ପ୍ରକାଶ ପାଇଥିଲା ଉତ୍ତେଜନା।

ପୋଲିସ ସଫେଇ ଦେଇଥିଲା ସୁଶାନ୍ତକୁ ଡାକ୍ତରଖାନାକୁ ନେବା ବାଟରେ ତାର ମୃତ୍ୟୁ ହୋଇଥିଲା। ଏବେ ଥାନା ସିସିଟିଭି ଫୁଟେଜ୍ ଦୃଶ୍ୟ କହୁଛି ପ୍ରଥମେ ସୁଶାନ୍ତଙ୍କୁ ପୋଲିସ ବସାଉଛି ଓ କିଛି ସମୟ ପରେ ସେ ତଳେ ପଡିଯାଉଛନ୍ତି। ତାଙ୍କୁ ପିସିଆର ଭ୍ୟାନରେ ଡାକ୍ତରଖାନା ନିଆଯାଉଛି। ଏବେ ସତ କଣ ? ସୁଶାନ୍ତର ହାଜତରେ ନା ଡାକ୍ତଖାନା ଯିବା ବାଟରେ ମୃତ୍ୟୁ ହୋଇଛି ?

ମତାମତ ଦିଅନ୍ତୁ ।