ସୁନେଇ ଡ୍ୟାମ୍‌ରେ ବୁଡି ଯୁବକ ମୃତ

ବାଲେଶ୍ଵର: ପିକନିକ୍ ଆସି ସାଙ୍ଗଙ୍କ ସହ ମଜା ମସ୍ତି କରିବା ବେଳେ ଡ୍ୟାମ୍‌ରେ ବୁଡି ଯୁବକଙ୍କ ମୃତ୍ୟୁ ହୋଇଛି। କପ୍ତିପଦା ଥାନା ସୁନେଇ ଡ୍ୟାମ୍‌ରେ ଏଭଳି ଅଭାବନୀୟ ଘଟଣା ଘଟିଛି। ବାଲେଶ୍ଵର ଜିଲ୍ଲା ଔପଦା ଅଞ୍ଚଳରୁ ସାଙ୍ଗମାନଙ୍କ ସହ ପିକନିକ୍ କରିବାକୁ ସୁନେଇ ଡ୍ୟାମ୍‌କୁ ଯାଇଥିଲେ ଶିବ ପ୍ରଧାନ। ଶିବ ସାଙ୍ଗମାନଙ୍କ ସହ ଗାଧୋଇବା ପାଇଁ ଡ୍ୟାମ୍‌କୁ ଯାଇଥିଲେ। ସେଠାରେ ସାଙ୍ଗମାନଙ୍କ ସହ ଗାଧୋଉଥିବା ବେଳେ ଶିବ ପାଣିରେ ବୁଡି ଯାଇଥିଲା।

ସାଙ୍ଗମାନେ ତାଙ୍କୁ ଉଦ୍ଧାର କରିବା ପରେ କପ୍ତିପଦା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ସ୍ଵାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିବା ସହ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଶିବଙ୍କ ପରିବାର ଲୋକେ ଡାକ୍ତରଖାନାରେ ପହଞ୍ଚିଥିବା ବେଳେ ପୋଲିସ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ମତାମତ ଦିଅନ୍ତୁ ।