ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ନାଁରେ ଫେକ୍‌ ଫେସ୍‌ବୁକ୍‌ ଆକାଉଣ୍ଟ

ଭୁବନେଶ୍ଵର : ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ନାଁରେ ଖୋଲାଯାଇଛି ଫେକ୍‌ ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲି ଲୋକଙ୍କୁ ଲାଞ୍ଚ  ମଗାଯାଉଛି। ଏପରି ଘଟଣା ଜଣାପଡିବା ପରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ରଖିଛନ୍ତି ସ୍ପଷ୍ଟୀକରଣ।

ମିଳିଥିବା ସୂଚନା ହେଲା କିଛି ଦିନ ହେବ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ନାଁରେ କେହି ଦୁର୍ବୃତ୍ତ ଫେକ୍ ଫେସ୍‌ବୁକ୍ ଆକାଉଣ୍ଟ ଖୋଲି ଠକେଇ କରୁଥିବା ଅଭିଯୋଗ ହୋଇଛି। ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଏ ସମ୍ପର୍କରେ ନିଜର ଜଣେ ବନ୍ଧୁଙ୍କଠାରୁ ଜାଣିବା ପରେ ଉକ୍ତ ଆକାଉଣ୍ଟ ତାଙ୍କର ନୁହେଁ ବୋଲି ନିଜ ଫେସବୁକ୍ ପେଜ୍‌ରେ ସ୍ପଷ୍ଟୀକରଣ ଦେଇଛନ୍ତି। ଏହାଛଡା ଫେକ୍  ଆଉଣ୍ଟର ଲିଙ୍କ୍ ଦେଇ ଠକାମୀର ଶିକାର ନହେବାକୁ ଲୋକଙ୍କୁ ସେ ସଚେତନ କରାଇଛନ୍ତି। ଏହି ଆକାଉଣ୍ଟକୁ ବ୍ଲକ କରି ଦିଆଯାଇଛି। ତଦନ୍ତରୁ ଅଭିଯୁକ୍ତଙ୍କ ସମ୍ପର୍କରେ ସୂଚନା ମିଳିବ ବୋଲି ଜିଲ୍ଲାପାଳ କହିଛନ୍ତି।

ମତାମତ ଦିଅନ୍ତୁ ।