ସୁରଟରେ କିନ୍ନରମାନଙ୍କୁ ମାର୍କେଟ ମନା

ନୂଆଦିଲ୍ଲୀ : କୌଣସି ପରିସ୍ଥିତିରେ କିନ୍ନରମାନଙ୍କୁ ବଜାରରେ ପ୍ରବେଶ କରିବାକୁ ଦିଆଯିବାନି ଗୁଜୁରାଟ ସୁରଟରେ ବ୍ୟବସାୟୀ ସଂଘ ଏପରି ନିଷ୍ପତ୍ତି ନେଇ ଏକ ପୋଷ୍ଟର ଜାରି କରିଛି। ଏଥିରେ ଲେଖାଯାଇଛି ‘ମାର୍କେଟରେ କିନ୍ନରଙ୍କୁ ନୋ ଏଣ୍ଟ୍ରି’। କିନ୍ନରମାନେ ସୁରଟର ଏକ ମାର୍କେଟରେ ଜଣଙ୍କୁ ପିଟିପିଟି ହତ୍ୟା କରିଥିବାରୁ ବ୍ୟବସାୟୀ ସଂଘ ପକ୍ଷରୁ ଏଭଳି କଠୋର ପଦକ୍ଷେପ ନେଇଛି।

ବ୍ୟବସାୟୀ ସଂଘର ସଭାପତି କହିଛନ୍ତି କିନ୍ନରମାନେ ଲୋକଙ୍କୁ ହଇରାଣ କରୁଛନ୍ତି। ଯେ ପର୍ଯ୍ୟନ୍ତ ତାଙ୍କ ଉପରେ ପ୍ରତିବନ୍ଧକ ନଲାଗିଛି ସେମାନେ କିଛି ଶିଖିବେନି। ଅନ୍ୟପକ୍ଷରେ କିନ୍ନରମାନେ କହିଛନ୍ତି ଏଭଳି ବ୍ୟାନ ଲଗାଯିବା ଦ୍ୱାରା ଗୁଜୁରାଣ ମେଣ୍ଟାଇବେ କିପରି। କୌଣସି ସ୍ୱତନ୍ତ୍ର ଉତ୍ସବରେ ମାର୍କେଟରୁ ଟଙ୍କା ସଂଗ୍ରହ କରି ସେଥିରେ ବଞ୍ଚିଥାନ୍ତି। ଜଣେ ସଦସ୍ୟଙ୍କ ଭୁଲ ଯୋଗୁଁ ସମ୍ପୂର୍ଣ୍ଣ କିନ୍ନର ସମ୍ପ୍ରଦାୟଙ୍କ ଉପରେ ବ୍ୟାନ ଲଗାଇବା ଯୁକ୍ତିଯୁକ୍ତ କି ବୋଲି ପ୍ରଶ୍ନ କରିଛନ୍ତି।

ମତାମତ ଦିଅନ୍ତୁ ।