Breaking Newsରାଜ୍ୟ

ସୁସ୍ଥ ହେଲେ ୨୦୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ଆଜି ୨୦୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ମୋଟ ୫୭୦୫ ଆକ୍ରାନ୍ତ ସୁସ୍ଥହୋଇ ଘରକୁ ଫେରିଛନ୍ତି। ଶୁକ୍ରବାର ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ଦେଇଥିବା ତଥ୍ୟ ଅନୁଯାୟୀ ସଂକ୍ରମିତଙ୍କ ଗଞ୍ଜାମର ୩୮ ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାର ଖୋର୍ଧାର ୩୭ଜଣ, ଗଜପତିର ୧୯, କଟକର ୧୮, ଜଗତସିଂପୁରର ୧୮, ସମ୍ବଲପୁରର ୧୨, ସୁନ୍ଦରଗଡର ୧୨, ଢେଙ୍କାନାଳର ୧୦. ଯାଜପୁରର ୮, ବରଗଡର ୭ଜଣ ସୁସ୍ଥ ହୋଇଛନ୍ତି। ଏହାଛଡା ମୟୂରଭଞ୍ଜରୁ ୬, ରାୟଗଡାରୁ ୫, ବାଲେଶ୍ୱର ଓ କନ୍ଧମାଳରୁ ୩, ପୁରୀରୁ ୨, ଦେବଗଡ, ଝାରସୁଗୁଡା, ମାଲକାନଗିରି, କେଉଁଝର ଓ ନବରଙ୍ଗପୁରରୁ ଜଣେ ଲେଖାଏଁ ଆରୋଗ୍ୟ ହୋଇଛନ୍ତି।

ମତାମତ ଦିଅନ୍ତୁ ।

Back to top button