ସୁସ୍ଥ ହେଲେ ୨୨୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ଆଜି ୨୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ରାଜ୍ୟରେ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୫୯୩୪ରେ ପହଁଚିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଶନିବାର ମିଳିଥିବା ତଥ୍ୟ ଅନୁଯାୟୀ ଗଞ୍ଜାମର ୯୧ ଜଣଥିବା ସୁସ୍ଥ ହୋଇଛନ୍ତି। ଏହି ତାଲିକାରେ ଖୋର୍ଦ୍ଧା ୨୯, ଗଜପତିର ୨୬, ଝାରସୁଗୁଡାରୁ ୧୫, ବଲାଙ୍ଗୀରର ୧୨, ଜଗତସିଂପୁରର ୧୧, ମୟୂରଭଞ୍ଜର ୧୧, ଯାଜପୁରର ୮, କେନ୍ଦ୍ରାପଡାରୁ ୬ ଓ କେଉଁଝରରୁ ୫ଜଣ ରହିଛନ୍ତି। ସେହିପରି ସୁନ୍ଦରଗଡ ଓ କଟକରୁ ୪ଜଣ ଲେଖାଏଁ ଏବଂ ଭଦ୍ରକ ଓ ନୟାଗଡରୁ ୩ଜଣ ଲେଖାଏଁ, ବରଗଡରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଛନ୍ତି।

ମତାମତ ଦିଅନ୍ତୁ ।